Advertisment

ସରକାରଙ୍କ ଆବାସ ଯୋଜନା କାହାପାଇଁ? ଭଙ୍ଗା କୁଡ଼ିଆରେ ରେଜିମାଙ୍କ ପରିବାର କାଟୁଛି ଜୀବନ

Advertisment
ସରକାରଙ୍କ ଆବାସ ଯୋଜନା କାହାପାଇଁ? ଭଙ୍ଗା କୁଡ଼ିଆରେ ରେଜିମାଙ୍କ ପରିବାର କାଟୁଛି ଜୀବନ

ଘୁ.ଉଦୟଗିରି: କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ତାର ହିସାବ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲାରେ ଆଜିବି ବହୁ ପରିବାର ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଦଦରା କୁଡ଼ିଆରେ ରହୁଛନ୍ତି। ଏହିଭଳି ଏକ ଗରିବ ଅସହାୟ ଆଦିବାସୀ ପରିବାର ହେଉଛନ୍ତି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରିମାହା ଗ୍ରାମ ପଞ୍ଚାୟତର ତଳବାଲୁମାହା ଗ୍ରାମର ଜଣେ ଅସହାୟ ୫୯ ବର୍ଷୀୟା ମହିଳା ରେଜୀମା କହଁର।

ଟିବି ରୋଗରେ ପୀଡ଼ିତ ସ୍ବାମୀ ଏବଂ ଏକ ମାତ୍ର ଝିଅଙ୍କ ସହିତ ଏକ ଭଙ୍ଗା କୁଡ଼ିଆରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। କେବଳ ଯେ ଭଙ୍ଗା କୁଡ଼ିଆ ତା ନୁହଁ ଉକ୍ତ କୁଡିଆରେ ଗଛ ଲତା ମାଡିଗଲାଣି। ଲାଗୁଛି ଯେମିତି ଜଙ୍ଗଲୀ ସଭ୍ୟତା ଭିତରେ ଏକ ପରିବାର ବସବାସ କରୁଛନ୍ତି।

ସୂଚନାନୁଯାୟୀ ରେଜିମା ଆଜକୁ ଦୀର୍ଘ ବର୍ଷ ହେବ ଏକ ଆବାସ ଯୋଜନାରେ ଘରଟିଏ ନିମନ୍ତେ ପଞ୍ଚାୟତ ଅଫିସ୍ ଏବଂ ବ୍ଲକ ଅଫିସ୍ କୁ ବାରମ୍ବାର ଯାଇ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ଜନପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ କରୁଛନ୍ତି ପରିଶେଷରେ ବାଧ୍ୟ ହୋଇ ଏହି ଭଙ୍ଗା କୁଡ଼ିଆରେ ଜୀବନ ବିତାଉ ଥିବା ସେ କହିଛନ୍ତି । ତେଣୁ ସରକାର ଯଥାଶୀଘ୍ର  ଆବାସ ଘରଟିଏ ଯୋଗାଇ ଦେଲେ ସେ  ଉପକୃତ ହେବେ ବୋଲି ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।ଆଜିର ଯୁଗରେ ମଧ୍ୟ ରେଜିମା ଙ୍କ ପରିବାର ଯେଉଁଭଳି ଭାବରେ ଯେଉଁ ଅବସ୍ଥାରେ ରହୁଛନ୍ତି ଦେଖିଲେ ଆଖିରୁ ଲୁହ ଝରିଯିବ।ଗୋଟିଏ ଝାଟିମାଟି ଭଙ୍ଗା କୋଠରୀ।ରୋଷେଇ ଘର କହିଲେ ଘର ସମ୍ମୁଖ ଆକାଶ ତଳ।ଥିଲା ବାଲା ଲୋକ ପାଖରେ ଆବାସ ଯୋଜନା ଘର ଉପରେ ଘର ବାଡୁଛନ୍ତି ହେଲେ ରେଜିମା ଙ୍କ ଭଳି ପରିବାର ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାଉଥିବା ଭଙ୍ଗା ଘରେ ନିଜ ଜୀବନ କାଟୁଛନ୍ତି।ଆମ ଲୋକ ପ୍ରତିନିଧି ଏବଂ ପ୍ରଶାସକ ସବୁ କୁମ୍ଭକର୍ଣ ଭଳି ଶୋଇରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe