ଆବାସ ଯୋଜନା କାହା ପାଇଁ? ଏଡସ୍ ସଂକ୍ରମିତଙ୍କୁ ହତାଦର, ୩ବର୍ଷ ଦୌଡ଼ିବା ସତ୍ତ୍ୱେ ମିଳୁନି ଗୃହ

Advertisment
ଆବାସ ଯୋଜନା କାହା ପାଇଁ? ଏଡସ୍ ସଂକ୍ରମିତଙ୍କୁ ହତାଦର, ୩ବର୍ଷ ଦୌଡ଼ିବା ସତ୍ତ୍ୱେ ମିଳୁନି ଗୃହ

ଜୟପୁର: କେହି ବି ଘରହୀନ, ଭୁମିହୀନ ହୋଇ ରହିବେନି। ସମସ୍ତଙ୍କର ମୁଣ୍ଡ ଉପରେ ଛାତ ଘର ରହିବ। ଖାସ୍ କରି ବିଧବା, ସ୍ବାମୀ ପରିତ୍ୟକ୍ତା , ଦିବ୍ୟାଙ୍ଗ, ବୃଦ୍ଧ,ବୃଦ୍ଧା, ଏଡସ୍ କିମ୍ବା କିଛି ଭୟଙ୍କର ରୋଗ ଆକ୍ରାନ୍ତଙ୍କୁ ପ୍ରାଥମିକତା ଦେଇ ଗୃହ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଉଥିବା କର୍ମଚାରୀମାନଙ୍କର ଇଛାଶକ୍ତି ଓ ଉଚିତ ସହଯୋଗ କରିବା ମନୋଭାବ ନଥିବାରୁ ତୃଣମୂଳସ୍ତରରେ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିନି। ଜୟପୁର ପୌରାଚଂଳର ଜଣେ ଓ ବ୍ଲକ ଅଂଚଳର ଜଣେ ଏଭଳି ୨ଜଣ ଏଚଆଇଭି (ଏଡସ୍ ) ଆକ୍ରାନ୍ତ ଘର ଖଣ୍ଡିକ ପାଇଁ ଆବେଦନ କରିବାର ୩ବର୍ଷ ପରେ ବି କିଛି କାର୍ଯ୍ୟକାରୀ ହୋଇ ପାରିନଥିବା ଉଭୟ ଅଭିଯୋଗ କରିଛନ୍ତି।

ଜଣେ କେରଳ ଓ ଅନ୍ୟ ଜଣେ ଆନ୍ଧ୍ର ଦାଦନ ଖଟିବାକୁ ଯାଇ ସେଠାରୁ ଅଧିକା ମଜୁରୀ ଟଙ୍କା ଆଣିବା ସହ ନିଜେ ନିଜେ ଏଚଆଇଭି ଆକ୍ରାନ୍ତ ହୋଇ ଫେରିଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି। ଚାଳ ଛପର ପଲିଥିନ ଡଙ୍କା ଘରେ ଉଭୟ ରହୁଛନ୍ତି। ପୂର୍ବ ଭଳି ଏମାନେ ଏବେ ଆଉ କାମ ଧନ୍ଦା କରି ପାରୁନାହାନ୍ତି। ଉଭୟଙ୍କ ପତ୍ନୀ ମାନେ କରୁଥିବା ଦିନ ମଜୁରୀ ଓ ମିଳୁଥିବା ଭତ୍ତା ୫୦୦ଟଙ୍କାରେ ବହୁତ କଷ୍ଠ ମଷ୍ଠେ ପରିବାରକୁ ନେଇ ଚଳୁଛନ୍ତି। ସାମାନ୍ୟ ବର୍ଷା ଆସିବା ମାତ୍ରକେ କିଭଳି ଘରେ ରହିବେ ସେ ଚିନ୍ତା ମୁଣ୍ତରେ ପସିଥାଏ। ଅସରାଏ ବର୍ଷା ହେବା ମାତ୍ରକେ ଘର ଗଳିବା ସହ ଘରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏପରିକି ଏମାନେ ବ୍ଲକ ଓ ପୌରପାଳିକାରେ ଦାଖଲ କରିଥିବା ଆବେଦନପତ୍ର ବି ଗାଏବ ହୋଇ ଯାଇଥିବା ଉଭୟ କହିଛନ୍ତି।

ଉଭୟଙ୍କୁ ଗୁପ୍ତ ଭାବେ ପକ୍କାଘର ଯୋଜନାରେ ସାମିଲ କରି ତୁରନ୍ତ ଭୁମିହୀନ ଥିଲେ ଭୁମି ସହ ପକ୍କା ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବା କଥା। ସେଭଳି କିଛି ହେଉ ନଥିବାରୁ ଉଭୟ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ବାରମ୍ବାର ପ˚ଚାୟତ, ବ୍ଲକ ଓ ପୌରକାର୍ଯ୍ୟାଳୟକୁ ଦଉଡିବାକୁ ପଡୁଛି। ଏଥିରେ ତାଙ୍କ ସାମାଜିକ ପ୍ରତିଷ୍ଟା ଉପରେ ବାଧା ସୃଷ୍ଟି ହେବା ବି ସମ୍ଭାବନା ରହିଛି ବୋଲି ଉଭୟ କହିଛନ୍ତି। ତେବେ ଉଭୟଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ କାହିଁକି ପ୍ରଶାସନ କୁନ୍ତୁକୁନ୍ତୁ ହେଉଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ଏଚଆଇଭି (ଏଡସ୍ )ଆକ୍ରାନ୍ତ ହିତାଧିକାରୀ, ଏହି ଯୋଜନାରେ ମୁଣ୍ତ ଗୁଜି˚ବା ପାଇଁ ବାରମ୍ବାର ଦଉଡିବେ ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ଲକ୍ଷ୍ୟ କେତେ ଦୁର କାର୍ଯ୍ୟକାରୀ ହେବ ତାହା ବିରାଟ ବଡ ପ୍ରଶ୍ନବାଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe