ଜୟପୁରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ କେନ୍ଦ୍ର

Advertisment
ଜୟପୁରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ କେନ୍ଦ୍ର

ଜୟପୁର: ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ବହୁ ଶୀଘ୍ର ଜୟପୁରରେ ଖୋଲିବ। ଜୟପୁରରେ ଏହି କେନ୍ଦ୍ର ଖୋଲାଯିବାକୁ ନେଇ ଜିଲ୍ଲାପାଳ, ପିଡି ଡିଆରଡିଏ, ସିଡିଭିଓ, ପୌରନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା। ଏଥି ପାଇଁ ସ୍ଥାନୀୟ ନୂଆସାହି ତ୍ରିନାଥ କଲ୍ୟାଣ ମଣ୍ଡପକୁ ଏହି କେନ୍ଦ୍ର ରୁପରେ ପରିଣତ କରିବାକୁ ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇଛି। ଆଜି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନୀଙ୍କ ସହ ପଶୁ ସଂପଦ ବିଭାଗର ଡ.ଦେବେଶ୍ବର କର ଓ ଡ.ପ୍ରଶାନ୍ତ କୁମାର ସିକ୍କା ଏହି କେନ୍ଦ୍ରକୁ ବୁଲି ଦେଖିଥିଲେ। । ସେମାନେ ଏହି କଲ୍ୟାଣ ମଣ୍ଡପକୁ ବୁଲି କେନ୍ଦ୍ର ହେବା ଯୋଗ୍ୟ କି ନାହିଁ ତାହାକୁ ନେଇ ତଦାରଖ କରିଥିଲେ। ପ୍ରଥମେ କୁକୁରଙ୍କୁ ଧରି ଆଣି ଦୁଇ ଦିନ କାଳ ଯାଂଚରେ ରହିବା ପରେ ଅସ୍ତ୍ରୋପଚାର ପାଇଁ ଯୋଗ୍ୟ ହେବା ପରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯିବ। ଖାସ୍ କରି ବୁଲା କୁକୁରଙ୍କର ଏଠାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯିବ।

ଦିନକୁ ୨୦ଟି କୁକୁରର ଅସ୍ତ୍ରୋପଚାର କରାଯିବାର ଯୋଜନା ରହିଛି ବୋଲି ଉଭୟ ପଶୁସଂପଦ ବିଭାଗ ଡାକ୍ତର କହିଛନ୍ତି। ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ପୁରୁଷ କୁକୁରଙ୍କୁ ୫ଦିନ ଓ ମହିଳା କୁକୁରଙ୍କୁ ୭ଦିନ ଚିକିତ୍ସା ସେବା ଯୋଗାଯିବ ବୋଲି କହିଛନ୍ତି। ଅସ୍ତ୍ରୋପଚାର ସମୟରେ ହିଁ ଏହି କୁକୁରଙ୍କୁ ସ୍ବତନ୍ତ୍ର ଚିହ୍ନ କରାଯିବ। ଏହା ସହ କୁକୁର ମାନଙ୍କୁ ରେଭିକ୍ସ ଇଂଜେକ୍ସନ ବି ଦିଆଯିବ। କୁକୁର କାମୁଡ଼ା ଓ ବଂଶ ବୃଦ୍ଧିକୁ ରୋକିବା ପାଇଁ ଏବିସି ଯୋଜନା କରାଯାଇଛି ବୋଲି ଉଭୟ ଡାକ୍ତର କହିଛନ୍ତି। ଏହି ମଣ୍ଡପଟି ଜବରଦଖଲରେ ଥିଲା। ତାହାକୁ ଆଜି ଉଛେଦ କରିବା ସହ ଆଗାମୀ ଦିନରେ ଏଠାରେ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର କରାଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ।

publive-image

ଏହି କେନ୍ଦ୍ର କରିବା ପାଇଁ ସମସ୍ତ ରକମର ଭିତ୍ତିଭୁମି ଆଦି ପୌରପାଳିକା ପ୍ରସ୍ତୁତ କରି ପଶୁସଂପଦ ବିଭାଗକୁ କୋଠା ଦେବ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ। ସେପଟେ ଜବରଦଖଲରେ ଥିବା ତ୍ରିନାଥ କଲ୍ୟାଣ ମଣ୍ଡପର ଚାବି ଭାଙ୍ଗିଛି ପୌରପାଳିକା। ଏଠାରେ ନୂଆ କରି ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର କରାଯିବ। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ନୂଆସାହି ତ୍ରିନାଥ କଲ୍ୟାଣ ମଣ୍ଡପକୁ ପରିଚାଳନା ପାଇଁ ଜୈନେକ ବ୍ୟକ୍ତିଙ୍କୁ ଲିଜ୍ ରେ ଦିଆଯାଇଥିଲା। ଲିଜ୍ ଅବଧି ସରିବା ପରେ ବି ଉକ୍ତ ବ୍ୟକ୍ତିବିଶେଷ ଜଣକ ମଣ୍ଡପକୁ ପୌରପାଳିକାକୁ ହସ୍ତାନ୍ତର କରି ନଥିଲେ। ଆଜି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ , କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନୀଙ୍କ ଉପସ୍ଥିତିରେ କଲ୍ୟାଣ ମଣ୍ଡପର ଚାବି ଭଙ୍ଗା ଯାଇଥିଲା। ଭଡା ବାବଦରେ ଏକ ଲକ୍ଷ ୨୧ହଜାର ୫୦୦ଟଙ୍କା ବକେୟା ରହିଛି। ବାରମ୍ବାର ଚିଠି ଓ ନୋଟିସ ଦେବା ପରେ ବି ଲିଜରେ ନେଇଥିବା ବ୍ୟକ୍ତିବିଶେଷ ଜଣକ ଏହି ଭଡ଼ା ଟଙ୍କା ବାନ୍ଧି ନାହାନ୍ତି ଏବଂ ଲିଜ୍ ସରିବା ପରେ ଜବରଦଖଲରେ ରଖିଥିବାରୁ ଭଙ୍ଗାଗଲା ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe