ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍‌ପିଟାଲରେ ଭର୍ତ୍ତି

Advertisment
ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍‌ପିଟାଲରେ ଭର୍ତ୍ତି

ବୌଦ୍ଧ: ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲୋକାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପିଲାମାନଙ୍କୁ ଆଜି ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଇଥିବା ପିଲାମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ କିଛି ସମୟ ପରେ ବାନ୍ତି ହୋଇଥିଲା। ସେହିପରି କିଛି ପିଲାମାନଙ୍କର ମୁଣ୍ଡ ବୁଲାଇଥିଲା।

ପିଲାମାନେ ହଠାତ ଅସୁସ୍ଥ ହେବା ପରେ ଅଭିଭାବକମାନଙ୍କୁ ସୂଚନା ଦିଆଯାଇଥିଲା। ପରେ ସମସ୍ତଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମନମୁଣ୍ଡା ହସ୍‌ପିଟାଲରେ ଓ ୨୨ ଜଣଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନ ଭୋଜନ ପରେ କେଉଁ କାରଣରୁ ପିଲାମାନଙ୍କର ବାନ୍ତି ହୋଇଛି, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପିଲାମାନଙ୍କର ଏଭଳି ଅବସ୍ଥା ପାଇଁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe