ଗୁପ୍ତେଶ୍ୱର ପୀଠରେ ଜାଗର: ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ, ଆନ୍ଧ୍ର-ଛତିଶଗଡ଼-ତେଲେଙ୍ଗାନାରୁ ବି ଭକ୍ତ ପହଞ୍ଚିଲେ

Advertisment
ଗୁପ୍ତେଶ୍ୱର ପୀଠରେ ଜାଗର: ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ, ଆନ୍ଧ୍ର-ଛତିଶଗଡ଼-ତେଲେଙ୍ଗାନାରୁ ବି ଭକ୍ତ ପହଞ୍ଚିଲେ

ଜୟପୁର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆଜି କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାରେ ଥିବା ଗୁପ୍ତେଶ୍ୱର ପୀଠରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଅଭିବକ୍ତ କୋରାପୁଟଜିଲ୍ଲା ସମେତ ପଡୋଶୀ ଛତିଶଗଡର ବସ୍ତର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କଳାହାଣ୍ଡିରୁ ଶ୍ରଦ୍ଦାଳୁ ଓ ଭକ୍ତମାନେ ଆସିଥିବା ଜଣାଯାଇଛି। ରାତି ପ୍ରାୟ ୨ଟାରେ ମହାଦୀପ ଉଠିବା କାର୍ଯ୍ୟକ୍ରମ ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ମନ୍ଦିର ପରିସର ଶିବଭକ୍ତିରେ ଉଛୁଳିପଡୁଛି।

ମହାଦୀପ ଉଠିବା ପରେ ଏଠାରେ ହରିହର ଭେଟ ଆଦିର କାର୍ଯ୍ୟକ୍ରମ ବି ରହିଛି। ତେବେ ପୂର୍ବରୁ ଶାବରଶ୍ରୀକ୍ଷତ୍ରରେ କୋରାପୁଟରୁ ହରି ଯିବା ପରେ ସେଠାରେ ଭେଟ୍‌ କରାଯିବା କାର୍ଯ୍ୟାକ୍ରମ ହେଉଥିଲା। ତେବେ ଗୁପ୍ତେଶ୍ୱରରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରାଯାଇଥିବାରୁ ଏବେ ସେଠାରୁ ହିଁ ହରି ଯିବା ପରେ ହରିହର ଭେଟ୍‌ କରାଯାଉଛି।

publive-image

ମହାଶିବରାତ୍ରି ପାଇଁ ଗତ ତିନିରୁ ଚାରିଦିନ ହେବା ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ତେବେ ଆଜି ପାହାନ୍ତିଆରୁ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଛି। ରାତି ସାଢ଼େ ୩ଟାରୁ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ହେବା ପରେ ଚାଲିଛି ସାହାଣମେଲା ଦର୍ଶନ ଅନୁଷ୍ଠିତ ହୋଇଥିଲା। ବ୍ୟାରିକେଡରେ ପାହାଚ ଦେଇ ମହାପ୍ରଭୁ ଗୁପ୍ତେଶ୍ୱରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ସାଧାରଣ ପାଇଁ ୫ଟଙ୍କା ଏବଂ ସ୍ୱତନ୍ତ୍ର ଦର୍ଶନ ପାଇଁ ୫୦୦ଟଙ୍କାର ଟିକେଟ ବି ଏଥରକ କରାଯାଇଛି। ତେବେ ଏହାକୁ ନେଇ କିଛି ଭକ୍ତ ନା ପସନ୍ଦ କରିଛନ୍ତି। ସେପଟେ ମନ୍ଦିର ପରିସରରେ ହୋଇଛି ଭଜନ ସମାରୋହ।

ଆଇନଶୃଙ୍ଖଳା ଦୃଷ୍ଟିରୁ ୧୧ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଘେଡାଗାଟ ଠାରେ ପାର୍କିଂର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଦୁରୁଆ ଯୁବକ ମାନେ ସ୍ୱେଚ୍ଛାସେବୀ ଭାବେ ପୁଲିସକୁ ସହାୟତା କରୁଛନ୍ତି। ବର୍ତ୍ତମାନ ଯାଏଁ ସବୁ ସୁରୁଖୁରୁରେ ଚାଲିଛି। ଏଏସପି ଉତ୍କଳରଂଜନ ଦାଶଙ୍କ ସମେତ ୫୦ଜଣ ପୁଲିସ ଅଧିକାରୀଙ୍କୁ ନେଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଆଦି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ତହସିଲଦାର ମାତାରାମ ଲାୟଙ୍ଗିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ବି ରହି ପୁଜାକୁ ସୁରଖୁରରେ ପରିଚାଳନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe