ଯାନବାହନ ଯାଞ୍ଚ ବେଳେ ୪୦ରୁ ଊର୍ଦ୍ଧ୍ବ ଗାଡ଼ିରୁ ୨ ଲକ୍ଷରୁ ଅଧିକ ଜରିମାନା ଆଦାୟ

ଯାନବାହନ ଯାଞ୍ଚ ବେଳେ ୪୦ରୁ ଊର୍ଦ୍ଧ୍ବ ଗାଡ଼ିରୁ ୨ ଲକ୍ଷରୁ ଅଧିକ ଜରିମାନା ଆଦାୟ

ଘୁ ଉଦୟଗିରି: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ  ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମପଦା ଠାରେ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ଦାସ, କନେଷ୍ଟେବଳ ଜ୍ୟୋତି ରଞ୍ଜନ ପରିଡ଼ା ଓ ସ୍ଥାନୀୟ ପୁଲିସ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ବେଳେ ଚାଳକମାନଙ୍କ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇନ୍ସୁରାନସ୍ କାଗଜ ପତ୍ର ଯାଞ୍ଚ କରାଯାଇଥିବା ସହ ମଦ୍ୟପ ଚାଳକମାନଙ୍କୁ ପରୀକ୍ଷା କରି ଫାଇନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଏମଭିଆଇ ଯାଞ୍ଚ କୁ ଭୟ କରି ଅନେକ ଯାନବାହାନ ଲୁଚି ଯାଇଥିବା ବେଳେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଗାଡ଼ି ଓ ଚାଳକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। କିଛି ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଓ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ପ୍ରଦୂଷଣ ପ୍ରମାଣ ପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁଁ ଯାଞ୍ଚ ବେଳେ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିବା ବେଳେ ଚାଳକମାନଙ୍କୁ ବିଭାଗ ତରଫରୁ ସୁରକ୍ଷା ସମ୍ବନ୍ଧିତ ଲିଫଲେଟ୍ ଦେଇ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସ ବାହିନୀର ମିଳିତ ସହଯୋଗରେ ପ୍ରତ୍ୟେକ ମାସ ଏହିପରି ଅତର୍କିତ ଗାଡ଼ି ମୋଟର ଯାଞ୍ଚ୍ କରାଯାଇ ବିନା କାଗଜ ପତ୍ରରେ ବେଆଇନ୍ ଭାବେ ଗାଡ଼ି ମୋଟର ଚାଳନା କରୁଥିବା ଚାଳକ ମାନଙ୍କୁ ଦଣ୍ଡିତ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ତରଫରୁ ସୁଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe