ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଥାନାରେ ମାମଲା ରୁଜୁ, ୩୦ରୁ ଅଧିକ ଗ୍ରାମବାସୀ ଅଟକ

Advertisment
ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଥାନାରେ ମାମଲା ରୁଜୁ, ୩୦ରୁ ଅଧିକ ଗ୍ରାମବାସୀ ଅଟକ

Sambad

ଛତ୍ରପୁର: ଅନ୍ଧବିଶ୍ୱାସ ଯୋଗୁଁ ମଣିଷ ମାନସିକ ଭାରସାମ୍ୟ ହରାଉଥିବା ଦେଖାଦେଇଛି। ଏହାର ଏକ ଜଳନ୍ତ୍ୱ ଉଦାହରଣ ଗତକାଲି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ରାମେୟାପଲ୍ଲୀ ଗ୍ରାମରେ ବ୍ରହ୍ମପୁର ଆଙ୍କୁଲି ସୁବାସନଗର ଦ୍ୱିତୀୟ ଲାଇନ୍‌ର ଏନ୍‌.ଭେଙ୍କଟ ରମଣ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗୁଣିଆସନ୍ଦେହ କରି ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ଗ୍ରାମରେ ଗୋଡାଇ ଗୋଡାଇ ମାଡ ମାରୁଥିବା ବେଳେ ମୋବାଇଲ୍ ଭିଡିଓ ଉୋଳନ କରି ତାକୁ ଭାଇରାଲ୍ କରାଯାଇଥିଲା। ଭେଙ୍କଟ ରମଣ ସହ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ପି.ଧବଳେଶ୍ୱର ରେଡ୍ଡୀ ଏବଂ ରାମେୟାପଲ୍ଲୀ ଗ୍ରାମର ପି.ଭିମରାଜୁ ରେଡ୍ଡୀଙ୍କୁ ମଧ୍ୟ ଗ୍ରାମବାସୀ ଦୌଡାଇ ଦୌଡାଇ ଆକ୍ରମଣ କରୁଥିବା ଭିଡିଓ ଭାଇରଲ୍ ହୋଇଥିଲା।

ଗ୍ରାମବାସୀ କବଳରୁ ଭେଙ୍କଟ ଓ ଧବଳେଶ୍ୱର ଯେତେବେଳେ ଖସି ଫଲାଇବାକୁ ଓଆର୍‌୦୭ଜେଡ୍‌- ୦୩୧୮ ନମ୍ବର ଏକ ବାଇକ୍‌ରେ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ୨ ଜଣ ବାଇକ୍‌ରୁ ପଡିଯାଇଥିଲେ। ଫଳରେ ଗ୍ରାମବାସୀ ସେମାନଙ୍କୁ ନିସ୍ତୁକ ମାଡ ମାରିଥିବା ସହ କୌଣସି ଧାରୁଆ ଅସ୍ତ୍ରରେ ଭେଙ୍କଟର ଦାନ୍ତକୁ ଉପାଡି ବାହାର କରାଯାଉଥିବା ବେଳେ ପଛପଟୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିଲା। ସୂଚନା ପାଇ ଚମାଖଣ୍ଡି ପୁଲିସ ଗ୍ରାମରେ ପହି ଗୁରୁତର ଆହତ ହୋଇଥିବା ଭେଙ୍କଟ, ଧବଳେଶ୍ୱର ଓ ଭିମରାଜୁକୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ଭି କରାଯାଇଥିଲା। ସେଠାରେ ଡାକ୍ତର ଭେଙ୍କଟକୁ ମୃତ ଘୋଷଣା କରିଥିଲେ। ଧବଳେଶ୍ୱର ଓ ଭିମରାଜୁ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି।

ଅନ୍ୟପକ୍ଷରେ ଗତକାଲିର ଘଟଣା ପରଠୁ ଗ୍ରାମରେ ପୂରପୁରି ସ୍ତବ୍ଧ ପାଲଟିଥିବା ବେଳେ ଗାଁରେ ପୁରୁଷ ଶୂନ୍ୟ ଦୃଶ୍ୟ ରହିଛି। ରାମେୟାପଲ୍ଲୀ ଗ୍ରାମର ପି.ଭିମରାଜୁଙ୍କ ଅଭିଯୋଗ କ୍ରମେ ଚମାଖଣ୍ଡି ଥାନା ପକ୍ଷରୁ ୧୨୦/୨୧ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମର ପ୍ରାୟ ୩୦ରୁ ଅଧିକା ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।

ତନ୍ତ୍ରମନ୍ତ୍ର, ଝଡାଫୁଙ୍କା, ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରୁ ଆଜି ଯାଏ ଲୋକଙ୍କୁ ଦୂରେଇ ପାରିନାହାଁନ୍ତି। ଏଭଳି ଅନ୍ଧବିଶ୍ୱା ବଳୟରୁ ଲୋକଙ୍କୁ ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଗାଁ ଗଣ୍ଡାରେ ସଚେତନତାର ବାର୍ତ୍ତା ପହି ପାରୁନାହିଁ। ଭୂତପ୍ରେତ, ଗୁଣିଗାରେଡିର ଯଦି ସତ୍ୟତା ରହିଛି ତାହାକୁ ପ୍ରମାଣ କଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜ ପକେଟରୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମାଳରେ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ ସୃଷ୍ଟି କରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳଙ୍କ ଘୋଷଣା ବାର୍ତ୍ତାକୁ ସେହି ସମୟରେ ହିଁ ଚର୍ଚ୍ଚା ରହିଥିବା ବେଳେ ବାସ୍ତବରେ ତାହା ଗାଁ ଗଣ୍ଡାରେ କାର୍ଯ୍ୟକାରୀ ହେଲାନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe