ଏବିଭିପିର ଜିଲ୍ଲା ସମ୍ମିଳନୀ ଓ ବିଶାଳ ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ଏବିଭିପିର ଜିଲ୍ଲା ସମ୍ମିଳନୀ ଓ ବିଶାଳ ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sambad

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲ୍ଲା ତରଫରୁ ପରିଷଦର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ଓ ସାମାଜିକ ସମସ୍ୟାକୁ ନେଇ ଜିଲ୍ଲା ସମ୍ମିଳନୀ ଏବଂ ବିଶାଳ ଛାତ୍ର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ଵିବେଦୀ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ ପ୍ରତାପ କୁମାର ନାୟକ ଯୋଗ ଦେଇଥିଲେ। ରାଜ୍ୟ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଓ ସହ-ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ଜିଲ୍ଲାର ବିଭିନ୍ନ କ୍ୟାମ୍ପସରୁ ଆସିଥିବା ହଜାରରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀଙ୍କୁ ଉଦବୋଧନ ଦେଇଥିଲେ। ଧାମନଗର ନଗର ସମ୍ପାଦକ ଅରବିନ୍ଦ ଷଡ଼ଙ୍ଗୀ, ଚାନ୍ଦବାଲିର ଛାତ୍ର ନେତା ସାର୍ଥକ ନାୟକ, ବାସୁଦେବପୁର ନଗର ସମ୍ପାଦିକା ରଶ୍ମିପ୍ରଭା ବଳ, ଭଦ୍ରକ ନଗର ସମ୍ପାଦକ ବିଶ୍ଵନାଥ ସୋନୁ ଲାହା କ୍ୟାମ୍ପସରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ। ଏହାପରେ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଛାତ୍ର ଅଧିକାର ସମାବେଶ ନାମରେ ବିଶାଳ ଶୋଭାଯାତ୍ରା ନୂଆବଜାର ସ୍ଥିତ ଏକ କଲ୍ୟାଣ ମଣ୍ଡପରୁ ବାହାରି ସମ୍ପୂର୍ଣ୍ଣ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।

publive-image Sambad

ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ବଦ୍ରୀମୋହନ ରାଉତ, ସହ ସଂଯୋଜକ ଜ୍ୟୋତିପ୍ରକାଶ ସାହୁଙ୍କ ନେତୃତ୍ଵରେ ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ଓ ରାଜ୍ୟ ସହ-ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀଙ୍କ ଉପସ୍ଥିତିରେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ଵ ବିଦ୍ୟାଳୟର ମାନ୍ୟତା, ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଛାତ୍ରଛାତ୍ରୀଙ୍କ ନିମନ୍ତେ ବସ ପାସର ବ୍ୟବସ୍ଥା, କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ, ବାଂଲାଦେଶୀଙ୍କୁ ଚିହ୍ନଟ କରି ହଟାଇବା, ବିଭିନ୍ନ ବ୍ଲକ ହେଡକ୍ଵାଟରରେ ଥିବା ପ୍ରମୁଖ କଲେଜ ମାନଙ୍କରେ ପି.ଜି ସିଟ ଖୋଲିବା, କଲେଜ କ୍ୟାମ୍ପସରେ ଛାତ୍ରୀ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଆଦି ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁ କିଶୋର ରାଉତ, ଗୋବର୍ଦ୍ଧନ ମହାନ୍ତି, ମମତା ମହାକୁଡ଼, ବାସୁଦେବପୁର ନଗର ସଭାପତି ପୁରୁଷୋତ୍ତମ ବେହେରା, ଭଦ୍ରକ ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନା ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe