ଏବିଭିପି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ : ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ

Advertisment
ଏବିଭିପି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ : ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶୃଙ୍ଖଳିତ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଦୀର୍ଘ ୭୬ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଅଛି | ପ୍ରତି ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବେ ଏବିଭିପି ତା ପାଇଁ ପ୍ରତି ଶିକ୍ଷା ବର୍ଷରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ | ଚଳିତ ଶିକ୍ଷା ବର୍ଷରେ ଏବିଭିପି, ଭଦ୍ରକ ଦଶ ହଜାର ସଦସ୍ୟତାର ଲକ୍ଷ୍ୟ ନେଇଛି |

ପ୍ରତ୍ୟେକ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିସାରିଲାଣି | ଚଳିତ ମାସ ୨୨ ତାରିଖରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ | ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଲାଣି | ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି | ରାଜ୍ୟରେ କୁଢ଼ କୁଢ଼ ଅଧ୍ୟାପକ ମରୁଡି ଓଡ଼ିଶାରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣକୁ ବିଜୁ ଛାତ୍ର ଜନତା ଦଳ ଏବଂ ଅନେକ ରାଜନୈତକ ଦଳମାନେ ନଷ୍ଟ କରିବାରେ ସଫଳ ହେଉଛନ୍ତି |

ଏଭଳି ଅଭିଯୋଗ ଆଣି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ,ଏବିଭିପି ପ୍ରତ୍ୟେକ କ୍ୟାମ୍ପସରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ସାରିଲାଣି | ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି | ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ |

ଆଉ ଆମେ ଦୃଢ଼ ଆଶାବାଦୀ ନୂତନ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ ଲ ଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀମାନେ ଅଧିକ ସଂଖ୍ଯାରେ ଯୋଡି ହୋଇ ଏବିଭିପିର ସଦସ୍ୟ ହୁଅନ୍ତୁ ବୋଲି ଏବିଭିପି ଆହ୍ଵାନ କରୁଛି | ଏହି ପ୍ରେସ ବାର୍ତ୍ତାରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜିକା ପାର୍ବତୀ ମିଶ୍ର, ସହ ସଂଯୋଜକ ଆକାଶ ପଣ୍ଡା, ବାଲେଶ୍ୱର ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଏସଏଫଡି ସଂଯୋଜକ ବିଶ୍ୱନାଥ ଲାହା, ଭଦ୍ରକ ନଗର ସଭାପତି ବସନ୍ତ ଦୀକ୍ଷିତ, ନଗର ସମ୍ପାଦକ ଓଁମକାର ମହାନ୍ତି, ଚନ୍ଦନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe