ସଡ଼କ ଦୁର୍ଘଟଣା : ପାଲଲହଡ଼ାରେ ୨ ଯୁବକ ଗୁରୁତର, ଚନ୍ଦାହାଣ୍ଡିରେ ବାଇକରୁ ଖସି ଚାଳକ ଗୁରୁତର

Advertisment
Truck

ପାଲଲହଡ଼ା : ୪୯ ନମ୍ବର ଜାତୀୟ ରାଜପଥ ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଇଥିବା ଟାଉନ୍ ଠାରୁ ୫ କିମି ଦୂର କନ୍ତଲା ଗ୍ରାମ ଛକ ନିକଟ ରେ ଆଜି ଅପରାହ୍ନ ୩ଟା ରେ ଏକ ବାଇକ୍ ଦୁର୍ଘଟଣା ରେ ପାଲଲହଡ଼ା ଥାନା ବଡ଼ ଝାର୍ ଗାଁ ର ୨ ଜଣ ଯୁବକ ଗୁରୁତର ଆହତ ହେବା ସହ ତାଙ୍କୁ ଘଟଣାସ୍ଥଳରୁ କାନ୍ତଲା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡ଼ା ଡାକ୍ତରଖାନା କୁ ପଠାଇଥିଲେ ।

ଆଜିର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା କନ୍ତ ଲା ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ୪ ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିବା ପରେ ଉଭୟ ପଟରେ ସହ ସହ ଗଡି ଛିଡା ହେଇ ଯାଇଥିଲା ଘଟଣା ସ୍ଥଳରେ ପାଲଲହଡ଼ା ତହସିଲଦାର ସ୍ବାଗତ ଦାସ ଏବଂ ଥାନା ଆଇଆଇସି କିଶୋର କୁମାର ସାମଲ ପହଞ୍ଚି ଲୋକ ଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ଲୋକ ଜିଦ୍ ଧରିଥିଲେ ଓଭର ବ୍ରିଜ ନିର୍ମାଣ ପାଇଁ ବିପଦପୂର୍ଣ୍ଣ ରାସ୍ତାର ମରାମତି ପାଇଁ ଓରିଏଣ୍ଟାଲ ଠିକା ସଂସ୍ଥା ର ମ୍ୟାନେଜର ସିମାଦ୍ରି ଗାନେ ଆମ ସହିତ ସିଧା ଆଲୋଚନା କରନ୍ତୁ ଆମେ ଯାଇ ରାସ୍ତା ରୋକ ରୁ ଓହରିବୁ ତହସିଲଦାର ଓ ଆଇଆଇସି ମ୍ୟାନେଜର ଙ୍କୁ ଡାକିଲେ ମଧ୍ୟ ସେ ଘଟଣା ସ୍ଥଳକୁ ନଆସିବା ରୁ ଆହୁରି ଉତ୍ତେଜନା ପ୍ରକାଶ ପାଇଥିଲା ତହସିଲଦାର ଓ ଆଇଆଇସି କମ୍ପାନୀ ମ୍ୟାନେଜରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅନୁଗୁଳ ଗସ୍ତ ରେ ଥିବା ପାଲଲହଡ଼ା ଉପଜିଲ୍ଲାପାଳ ଅଜିତ୍ କୁମାର ପ୍ରଧାନ ଙ୍କ ସହିତ ଯୋଗାଯୋଗ କରି ଆସନ୍ତା ଗୁରୁବାର ଦିନ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରଶାସନ ପୋଲିସ କନ୍ତ ଲା ଗ୍ରାମବାସୀ ଙ୍କ ପ୍ରତିନିଧି ଏବଂ ଓରିଏଣ୍ଟାଲ ଠିକା କମ୍ପାନୀ ମଧ୍ୟ ର ଆଲୋଚନା ହେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ପୋଲିସ ପ୍ରଶାସନ ର ଅନୁରୋଧ କ୍ରମେ ଜନସାଧାରଣ ଗାଡି ଚଳାଚଳ କୁ ସ୍ଵାଭାବିକ କରିଥିଲେ ।

ବାଇକରୁ ଖସିପଡ଼ି ଜଣେ ଗୁରୁତର

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଳ୍ଲା  ଚନ୍ଦାହାଣ୍ଡି ବ୍ଳକ ଧୁରୁଆପଡା ଛକ ପାଖରେ ଏକ ନିର୍ମାଣ କାର୍ଯ୍ୟ ପାଇଁ  ରାସ୍ତା ପାର୍ଶ୍ବରେ ରଖାଜାଇଥିବା ବାଳିଗଦା ରେ ବାଇକ୍ ଭାରସାମ୍ୟ ହରେଇବାରୁ ବାଇକ ଚାଳକ  ଗୁରୁତର ହୋଇ ପଡିଥିବା  ଜଣାପଡ଼ିଛି । ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ  ରେଫର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe