ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

Advertisment
ଦୁର୍ଘଟଣାରେ ଜଣେ ମୃତ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୁଖୀଗୁଡ଼ା ମୁଖ୍ୟ ରାସ୍ତାର ହାତୀ ବ୍ରିଜ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ମଙ୍ଗଳପୁର ପଞ୍ଚାୟତ ଘେନୁଗୁଡ଼ା ଗ୍ରାମର ଭୀମ ନାଏକ ଓ ଦୁର୍ଜନ ନାଏକ ଏକ ବାଇକ୍ (ଓଡି ୦୮ଜି-୫୨୬୩)ରେ ଜୟପାଟଣା ପଟକୁ ଆସୁଥିଲେ।

ଏହି ସମୟରେ ବିପରୀତ ଦିଗରୁ ଫୁଣ୍ଡା ଗ୍ରାମର ଆକାଶ ଘି ଅନ୍ୟ ଏକ ବାଇକ୍ (ଓଡି ୦୮ଏମ୍‌- ୫୮୧୩)ରେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଉଭୟ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ସମସ୍ତ ତିନି ଜଣ ଗୁରୁତର ହୋଇଥିବା ବେଳେ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe