କାର ଦୁଘଟଣାରେ ୩ ଗୁରୁତର

କାର ଦୁଘଟଣାରେ ୩ ଗୁରୁତର

ଧର୍ମଶାଳା: ଧର୍ମଶାଳା ଥାନା ରଥିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଆଜି ରାତି ପ୍ରାୟ ୪ଟାରେ ଏକ କାର୍ ଦୁର୍ଘଟଣାରେ ୩ ଜଣ ବଙ୍ଗୀୟ ଗୁରୁତର ହୋଇଛନ୍ତି। ଧର୍ମଶାଳା ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମବଙ୍ଗର ଏକ ପରିବାର ମାରୁତି ସୁଇଫ୍ଟ କାରରେ ଗତକାଲି ବିଳମ୍ବିତ ରାତିରେ ପୁରୀ ଯାଉଥିଲେ। ରାତିରେ ରଥିଆ ଛକସ୍ଥିତ ପେଟ୍ରୋଲ ପମ୍ପ୍ ନିକଟରେ ପୂର୍ବରୁ ଅଟକିଥିବା ଏକ ତେଲ ଟ୍ୟାଙ୍କର ପଛରେ ପିଟି ହୋଇ ଯାଇଥିଲା। ଏହି ସମୟରେ ପଛରୁ ଆସୁଥିବା ଆଉ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍ ଚାଳକଙ୍କ ସମେତ ୩ଜଣ ଗୁରୁତର ହୋଇଥିଲେ। କାର ଆଗ ଓ ପଛ ପାର୍ଶ୍ବ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଓ ଟ୍ରକ୍ ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe