ଗଛକୁ ପିଟିଲା ସ୍କୁଟି, ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ

Advertisment
ଗଛକୁ ପିଟିଲା ସ୍କୁଟି, ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ

India TV

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ କରସିଂ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ କୋମଣ୍ଡ ଇଞ୍ଜିନୟରିଂ କଲେଜ ଶ୍ରୀ ପଲିଟେକ୍ନିକ୍ ସିଭିଲ୍ ଡିପ୍ଲୋମାର ଶେଷ ବର୍ଷ ଛାତ୍ରୀ ଫିଜା ମଲ୍ଲିକ (୨୦) ଓ ସେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କଟିଙ୍ଗିଆ ନିକଟ ଆଡ଼ିବଙ୍ଗା ଗ୍ରାମର ମୂଳବାସିନ୍ଦା। ଦୁର୍ଘଟଣାରେ ଫିଜାଙ୍କ ଦୁଇ ସାଙ୍ଗ ତଥା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ନିକଟ ରାଇଖୋଲ ଗ୍ରାମର ପ୍ରଜ୍ଞାଜ୍ୟୋତି ଜାନି ଓ ବୁଗୁଡ଼ା ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର ଶାନ୍ତି ନାୟକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

publive-image

ଆଜି ପଞ୍ଚମ ସେମିଷ୍ଟର୍ ପରୀକ୍ଷା ଦେବା ପରେ ୩ଜଣ ଛାତ୍ରୀ ସେମାନଙ୍କ ସାଙ୍ଗ ଶ୍ରଦ୍ଧା ନାୟକଙ୍କ ଜନ୍ମଦିନକୁ ଖୁସିରେ ପାଳନ କରିଥିଲେ। ପରେ ଓଡ଼ଗାଁ ଅଞ୍ଚଳର ଜଣେ ଛାତ୍ରଙ୍କ ସ୍କୁଟି (ଓଡି-୦୨-ଏଜେ-୯୬୦୧)ରେ ମଧ୍ୟାହ୍ନରେ ବୁଗୁଡ଼ା ଆସି ଏକ ହୋ‌ଟେଲ୍‌‌ରେ ଖାଇଥିଲେ। ପରେ ସେଠାରୁ ବାଘୁଆ ଡ୍ୟାମ ଓ ହରିଡ଼ାଚିରା ବୁଲିବାକୁ ଯାଇ କଲେଜ ହଷ୍ଟେଲ୍‌କୁ ଫେରୁଥିଲେ। ଶାନ୍ତି ସ୍କୁଟି ଚଳାଉଥିବା ବେଳେ ପ୍ରଜ୍ଞା ଓ ଫିଜା ପଛରେ ବସିଥିଲେ। ଅପରାହ୍‌ଣ ପ୍ରାୟ ୩ଟାରେ କରସିଂ ଗ୍ୟାସ୍ ଅଫିସ୍ ନିକଟରେ ଏକ କାକପୋଇ ଗଛକୁ ସ୍କୁଟିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। କିନ୍ତୁ ଶାନ୍ତି ହେଲମେଟ୍ ପିନ୍ଧି ଥିବାରୁ ସେ ଅଳ୍ପ ଆଘାତ ପାଇଥିଲେ। ଫିଜାଙ୍କୁ ଗୁରୁତର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶାନ୍ତି ଓ ପ୍ରଜ୍ଞାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପ୍ରଜ୍ଞାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବୁଗୁଡ଼ା ଥାନାରେ କେସ୍ ନମ୍ବର ୧୩୩ ଅନୁସାରେ ମାମଲା ରୁଜୁ ସହ ଶବକୁ ଜବତ କରାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଅନୁଷ୍ଠାନରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe