କାର୍‌ କିଣିବାର ଦିନକ ପରେ ଦୁର୍ଘଟଣା

Advertisment
କାର୍‌ କିଣିବାର ଦିନକ ପରେ ଦୁର୍ଘଟଣା

ହରିଚନ୍ଦନପୁର: ନରଣପୁର-ଡୁବୁରି ରାସ୍ତାର ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା ପଞ୍ଚାୟତ ବାଘୁଆନାଳ ନିକଟରେ ଆଜି ଅପରାହ୍‌ଣରେ ଭାରସାମ୍ୟ ହରାଇ ଏକ କାର୍‌ (ଓଡି-୦୫-ବିଏମ୍‌-୪୬୬୦) ରାସ୍ତାକଡ଼ ମହୁଲ ଗଛରେ ପିଟି ହୋଇଛି। ଗାଡ଼ିଟି ଚୂରମାର ହୋଇଯାଇଥିବା ବେଳେ ଚାଳକ ସନାତନ ଟୁଡ଼ୁ (୪୦) ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶ୍ରୀ ଟୁଡ଼ୁ ସୁନ୍ଦରଗଡ ଜିଲ୍ଲାରେ ଆର୍‌ଡି ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରନ୍ତି। ସେ ଭୁବନେଶ୍ୱରରୁ ଗତକାଲି ଏହି କାର୍‌ଟିକୁ କିଣିଥିଲେ। ଆଜି ନିଜ ଗ୍ରାମ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଯାଉଥିବା ବେଳେ ବାଘୁଆପାଳ ନିକଟରେ ହଠାତ୍‌ ପଛ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ କାର୍‌ଟି ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe