ନୟାଗଡ: ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଟ୍ରାକ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି।  ୨ ଗୁରୁତରଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ସରେ ୧୪ ଜଣ ଥିଲେ ।  ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । 

Advertisment

ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। 

ସୂଚନାଯୋଗ୍ୟ, ଭବାନୀପାଟଣା ଅଞ୍ଚଳର ୧୪ ଜଣିଆ ଡ୍ଯାନ୍ସ  ଗ୍ରୁପ୍ ଶନିବାର ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି  ଘରକୁ ଫେରୁଥିଲେ । ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଟ୍ରାକ୍ସ ଧକ୍କା ଦେଇଥିଲା ।  

ଅଧିକ ପଢ଼ନ୍ତୁ: ଆଗକୁ ବିଜେଡିର ନବକଳେବର: ଭାଙ୍ଗିଲା ସମସ୍ତ ସଂଗଠନ

ସମସ୍ତ ଆହତ ଏବଂ ଗୁରୁତରଙ୍କୁ  ଉଦ୍ଧାର କରି ଚିକିତ୍ସା ଲାଗି ନୟାଗଡ ମେଡିକାଲକୁ ଅଣାଯାଇଥିଲା । ତେବେ ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । 

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ବ୍ଲଡମ୍ୟାନ୍ ଟିଟନ