ତିନିଟି ବାଇକ ମୁହାଁମୁହିଁ ଧକ୍କା; ୫ ଜଣ ଯୁବକ ଗୁରୁତର

Advertisment
ତିନିଟି ବାଇକ ମୁହାଁମୁହିଁ ଧକ୍କା; ୫ ଜଣ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାରିବାଟିଆ ଛକ ପେଟ୍ରୋଲପମ୍ପ ସମ୍ମୁଖରେ ତିନିଟି ବାଇକ ମୁହାଁମୁହିଁ ଧକ୍କାରେ ୫ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ; ଆଜି ସନ୍ଧ୍ୟା ୬ ଟାରେ ଦେବଗଡ଼ ଜିଲ୍ଲା ବଳମ ଗ୍ରାମର ଜିତୁ ଦେହୁରୀ(୨୪) ଓ ବଳରାମ ରାଉତ(୨୦) ବାଇକରେ ଛେଣ୍ଡିପଦା ପଟୁ ଘରକୁ ଫେରୁଥିଲେ। ବିପରୀତ ବୁଢ଼ାପାଳ ପଟୁ ବାଇକରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମଣିକମରା ଗ୍ରାମର ଯୋଗେଶ ଭୁତିଆ(୨୭) ଛେଣ୍ଡିପଦା ଦେଇ ଘରକୁ ଫେରୁଥିଲେ। ପେଟ୍ରୋଲପମ୍ପ ସମ୍ମୁଖରେ ଦୁଇ ବାଇକ ଧକ୍କା ହୋଇଥିବା ବେଳେ ଛେଣ୍ଡିପଦାରୁ ବୁଢାପାଳ ଆଡକୁ ଯାଉଥିବା ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ ସହିତ ଧକ୍କା ହୋଇଥିଲା।

ପଛରେ ଦୁର୍ଘଟଣାଗ୍ରସ୍ତ ବାଇକରେ ଛେଣ୍ଡିପଦା ଥାନା ଚନ୍ଦ୍ରପୁର ଗ୍ରାମର ଲିପୁ ପାଣିଗ୍ରାହୀ(୧୮) ଓ ଲିପୁନ ଦେହୁରୀ(୨୨) ଘରକୁ ଫେରୁଥିଲେ। ତିନି ବାଇକରେ ଥିବା ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣାରେ ପୁଲିସ ତିନିଟି ବାଇକ ଉଦ୍ଧାର କରି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe