୨ ବାଇକ ମୁହାଁମୁହିଁ: ବାପା ମୃତ, ପୁଅ ଗୁରୁତର

ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କଇରାଝୁଲି ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଯାଲୋଏ ପଞ୍ଚାୟତ ଗଣ୍ଡପାଲି ଗ୍ରାମର ମଙ୍ଗୁଳୁ ମହାପାତ୍ର (୪୫)। ଆହତ ବ୍ୟକ୍ତି ହେଲେ ମୃତକଙ୍କ ସାନପୁଅ ଆନନ୍ଦ ମହାପାତ୍ର (୧୬)।
ସୂଚନାମତେ ମଙ୍ଗୁଳୁ ଓ ଆନନ୍ଦ ଆଜି ସନ୍ଧ୍ୟାରେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ବାଇକର ଚାଳକ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ ଆସିଥିଲା। ଉଭୟ ବାପ ଓ  ପୁଅଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ମଙ୍ଗୁଳୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବୁଧୁବାର ଦିନ ଶବ ବ୍ୟବଛେଦ ହେବ ବୋଲି ପୁଲିସ କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe