ଟ୍ରକ ଧକ୍କାରେ ନଳକୂପ ଓ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Advertisment
ଟ୍ରକ ଧକ୍କାରେ ନଳକୂପ ଓ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Sambad

ଜହ୍ନକ୍ଷପଙ୍କ: ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଜହ୍ନକ୍ଷପଙ୍କ-ଖଲିଆପାଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଖମାରିପଡା ଗାଁ ମୁଣ୍ଡ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ନଳକୂପ ଓ ଜଣକ ଘର ଭିତରକୁ ପଶି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ଏକ ସିମେଣ୍ଟ ବୋଝେଇ ଟ୍ରକ (ଡବ୍ଲୁବି ୩୭ଡି ୧୨୬୫) ବ୍ରକ୍ଷହ୍ମଣିପାଳି ଗ୍ରାମରୁ ସିମେଣ୍ଟ ଉତାରି ମେଳା ଗାଡ଼ିନେଇ ରାତ୍ର ୧୧ଟାରେ ଜହ୍ନକ୍ଷପଙ୍କ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗ୍ରାମ ମୁଣ୍ଡରେ ଥିବା ଏକ ନଳକୂପକୁ ଧକ୍କା ଦେଇଥିଲା। ଏଥିରେ ନଳକୂପଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣା ପଡିଛି। ଏହାସହ ଗ୍ରାମର ଛବିଳ ପାଣ୍ଡେଙ୍କ ଘରେ ବାଡେଇ ହେବାରୁ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣା ପଡିଛି।

publive-image Sambad

ଘରେ ଶୋଇଥିବା ଚାରି ପ୍ରାଣୀ କୁଟୁମ୍ବ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଥିବା ବେଳେ ଭଗବାନ କରୁଣାରୁ ନୂଆ ଜୀବନ ପାଇଥିବା ପରିବାର ଲୋକେ ସୂଚନା ଦେଇଥିବା ଜଣା ଯାଇଛି। ଖବରପାଇ ବଘିଆପଡା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ଓ ଜହ୍ନକ୍ଷପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ରମ ଘଟଣା ସ୍ଥଳରେ ପହଂଚି ଟ୍ରକକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏହା ସହ ଗାଡିର ଡ୍ରାଇଭର କୁ ଗିରଫ କରି ବଘିଆପଡା ଫାଣ୍ଡିକୁ ନେଇ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ଭାଙ୍ଗି ଯାଇଥିବା ନଳକୂଅ ଓ ଘରର ଖର୍ଚ୍ଚ ପ୍ରଦାନ କଲେ ଡ୍ରାଇଭରକୁ ଛଡ଼ାଯିବ ବୋଲି ବଘିଆପଡା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe