ମହିଳାଙ୍କ ଇଣ୍ଡିକା ଧକ୍କାରେ ଯୁବକ ମୃତ

Advertisment
ମହିଳାଙ୍କ ଇଣ୍ଡିକା ଧକ୍କାରେ ଯୁବକ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅଂଇଲାପାଲି ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ସୁଜିତ ରଣା ଏବଂ ବୟସ ୪୨ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା କର୍ତଙ୍ଗଗ୍ରାମର ସୁଜିତ ରଣା ଆଜି ପରିବାର ସହିତ ହିରୋହୋଣ୍ଡାରେ ଅନୁଗୁଳ ଜିଲ୍ଲା ଉଡସିଂହାକୁ ଯାଉଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲା ଅଂଇଲାପାଲି ନିକଟରେ ତାଙ୍କ ବାଇକ୍‌ର ପଛପଟକୁ ଓଡି୧୭ସି୬୪୯୯ନମ୍ବର ଥିବା ଏକ ଇଣ୍ଡିକା ଧକ୍କା ଦେଇଥିଲା। ଫଳରେ ହିରୋହୋଣ୍ଡାରେ ଥିବା ବାପା, ପୁଅ ଓ ମା’ ଗାଡ଼ିରୁ ଛିଟିକି ତଳେ ପଡ଼ିଯାଇଥିଲେ। ସ୍ଥାନୀୟଲୋକେ ସଙ୍ଗେସଙ୍ଗେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ସୁଜିତ ରଣାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପତ୍ନୀ କଳ୍ପନା ରଣା (୩୬) ଓ ପୁଅ ଆସିଶ ରଣା (୭) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟାଇଥିବା ଇଣ୍ଡିକାକୁ ଜଣେ ମହିଳା ଚଳାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe