ଟ୍ରକ ଓ ବାଇକ ଧକ୍କା; ବାପା ମୃତ, ଝିଅ ଗୁରୁତର

Advertisment
ମହାପ୍ରୟାଣ ଗାଡ଼ି ଅଚଳ, ବାରଣ୍ଡାରେ ପଡ଼ି ରହିଲା ଶବ

ଢେ଼ଙ୍କାନାଳ: ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ରଣପଶି ଠାରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ ପଛରେ ଏକ ବାଇକ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀଙ୍କ ନାମ ନବ କିଶୋର ପାଣି(୪୭) ବୋଲି ଜଣାପଡ଼ିଛି। ତାଙ୍କ ସହିତ ଥିବା ଝିଅ ବି ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଝିଅ ପୂର୍ଣ୍ଣିମା ପାଣିଙ୍କୁ ଉଦ୍ଧାର କରି ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ଖାଇରାପଶି ଗ୍ରାମର ନବ କିଶୋର ପାଣି ତାଙ୍କ ଝିଅକୁ ଧରି ଢେ଼ଙ୍କାନାଳ ନିଜ ଭଡ଼ା ଘରକୁ ଆସୁଥିଲେ। ଆସିବା ବାଟରେ ରଣପଶୀ ଠାରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପସି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସାଙ୍ଗରେ ଥିବା ତାଙ୍କ ଝିଅ ପୂର୍ଣ୍ଣିମା ଗୁରୁତର ଆହତ ହୋଇଥିଲେ। ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe