ଗୁପ୍ତେଶ୍ୱର ଡକ୍ରିଘାଟିରେ ଓଲଟିଲା କାର, ଯାତ୍ରୀ ସୁରକ୍ଷିତ

Advertisment
ଗୁପ୍ତେଶ୍ୱର ଡକ୍ରିଘାଟିରେ ଓଲଟିଲା କାର, ଯାତ୍ରୀ ସୁରକ୍ଷିତ

Sambad

ବୈପାରିଗୁଡା: ଆଜି ଅପରାହ୍ନରେ ଗୁପ୍ତେଶ୍ୱର ନିକଟସ୍ଥ ଡକ୍ରିଘାଟିରେ ଏକ କାର୍ ଓଲଟି ପଡ଼ିଥିବା ବେଳେ କାରରେ ୩ ଜଣ ଯାତ୍ରୀ କିନ୍ତୁ ବର୍ତ୍ତି ଯାଇଛନ୍ତି। ଖବର ଅନୁଯାୟୀ, ସେମିଳିଗୁଡାର ଆଶିଷ କୁମାର ନିଜ ସାନଭାଇ ପ୍ରକାଶ କୁମାର ଏବଂ ବନ୍ଧୁ ଭୁବନେଶ୍ୱରରୁ ଆସିଥିଲେ। ନିଜ କାର୍ ଯୋଗେ ଗୁପ୍ତେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ଡକ୍ରିଘାଟି ନିକଟରେ ବ୍ରେକ୍ ଫେଲ୍ ହେବାରୁ କାରଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। କାରରେ ବସିଥିବା ୩ ଜଣ ସୁରକ୍ଷିତ ଭାବେ କାର୍ ଭିତରୁ ବାହାରକୁ ବାହାରି ଆସିଥିଲେ।

ବର୍ତ୍ତମାନ ଡକ୍ରିଘାଟିକୁ ମେସିନ ଯୋଗେ କଟାଯାଇ ସମତଳ କରାଯାଉଛି। ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିବାରୁ କାର୍ ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ଯାଇ ହଠାତ୍ ବ୍ରେକ ଫେଲ୍ ହେବା ଫଳରେ କାର ଓଲଟି ପଡିଥିଲା ବୋଲି ପ୍ରକାଶ କରିଥିଲେ। ଖବର ପାଇ ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe