ଭଉଣୀ ଘରକୁ ଯିବା ବାଟରେ ଜଗି ରହିଥିଲା ଯମ:  ଦ୍ବିତୀୟା ଭାର ନେଇ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ

Advertisment
ଭଉଣୀ ଘରକୁ ଯିବା ବାଟରେ ଜଗି ରହିଥିଲା ଯମ:  ଦ୍ବିତୀୟା ଭାର ନେଇ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ହୋଇଛି।। ମୃତ ମାମୁଙ୍କ ନାମ ରାଜକିଶୋର ମହାନ୍ତି ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ମଧୁବନ ନଗୁଆଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅଫସରପୁରକୁ ଦ୍ବିତୀୟା ଓଷା ଭାର ଦେବା ପାଇଁ ଭଣଜାକୁ ସାଙ୍ଗରେ ନେଇ ଯାଉଥିଲେ। ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମାମୁ ଭଣଜାଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କରିଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

publive-image

ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଖବର ପାଇ ଖୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ପଠାଇ ଦେଇଛି। ଏଥିସହିତ ପୁଲିସ ଦୁର୍ଘଟଣା କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାକୁ କେନ୍ଦ୍ର କରି ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe