ଯାଜପୁର: ମୈଥାନୀ ପ୍ଲାଣ୍ଟରେ ଦୁର୍ଘଟଣା, ୫ ଶ୍ରମିକ ଆହତ

Advertisment
ଯାଜପୁର: ମୈଥାନୀ ପ୍ଲାଣ୍ଟରେ ଦୁର୍ଘଟଣା, ୫ ଶ୍ରମିକ ଆହତ

ଯାଜପୁର: ଯାଜପୁର କଳିଙ୍ଗ ନଗରସ୍ଥିତ ମୈଥାନ ଷ୍ଟିଲ ପ୍ଲାଣ୍ଟରେ ଏକ ଠିକା ସଂସ୍ଥା  କାର୍ଯ୍ୟ କରୁଥିବା ବେଳେ ବିସ୍ଫୋରଣ ଘଟି ୫ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର କଳିଙ୍ଗନଗରସ୍ଥିତ ମୈଥାନ ଷ୍ଟିଲ ପ୍ଲାଣ୍ଟର ଏସଏମଏସ ସାଇଟ୍‌ରେ ଜେ ଡି କନଷ୍ଟ୍ରକ୍ସନ ନାମକ ଏକ ଠିକାଦାରୀ ସଂସ୍ଥାର ୫ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି ସମୟରେ ଲେଡେନ ଗ୍ୟାସ ଫାଟି ବିସ୍ଫୋରଣ ହେବାରୁ ୫ ଜଣ ଶ୍ରମିକଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତେବେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଆହତ ଶ୍ରମିକମାନଙ୍କ ମଧ୍ୟରେ ଉମାନାଥ ଯାଦବ(୪୦ ବର୍ଷ), ଉମେଶ ରାୟ ( ୩୮), ମାନସ ମଲ୍ଲିକ(୨୧ ), ସୁନୀଲ ମାଝି(୨୪) ଥିବାବେଳେ ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ଜଣାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe