ଭୋଜି ଖାଇ ଫେରୁଥିବା ବେଳେ ପିକ୍ ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨୦ରୁ ଉର୍ଦ୍ଧ୍ବ ମହିଳା ଆହତ

Advertisment
ଭୋଜି ଖାଇ ଫେରୁଥିବା ବେଳେ ପିକ୍ ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨୦ରୁ ଉର୍ଦ୍ଧ୍ବ ମହିଳା ଆହତ

ନବରଙ୍ଗପୁର : ଭୋଜି ଖାଇ ଫେରୁଥିବା ବେଳେ ପିକ୍-ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ମହିଳା ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଜୟପାଟନା ବ୍ଲକ ଅନ୍ତର୍ଗତ ଗୁଟାଙ୍ଗପେନି ଗ୍ରାମର ପ୍ରାୟ ୬୦ ଜଣ ପୁରୁଷ ଓ ମହିଳା ୨ଟି ପିକ୍ ଅପ୍ ଭ୍ୟାନରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତର କାଦମାଳି ଗ୍ରାମକୁ ଏକ ଉତ୍ସବ( ପାଣିରେ କାଣି )କୁ ଆସିଥିଲେ। ସେମାନେ ଭୋଜି ଖାଇ ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୁଣି ନିଜ ଗ୍ରାମକୁ ଫେରୁଥିବା ସମୟରେ ନୂଆଗୁଡା ନିକଟରେ ରାସ୍ତାରେ ଥିବା ଏକ ଖାଲରେ ଅଣାୟତ୍ତ ହୋଇ ମହିଳାମାନେ ବସିଥିବା ପିକ୍ ଅପ୍ ଭ୍ୟାନଟି ଓଲଟିପଡିଥିଲା।

publive-image

ଏହା ପରେ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ଏକ ଗାଡ଼ିରେ ଥିବା ପୁରୁଷମାନଙ୍କ ସହାୟତାରେ ଉଦ୍ଧାର କରାଯାଇ ଆହତ ମହିଳାମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ବ ମହିଳା ଆହତ ହୋଇଥିବା ସୂଚନା ରହିଥିବା ବେଳେ ୧୫ ଜଣ ମହିଳାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe