CREATOR: gd-jpeg v1.0 (using IJG JPEG v62), quality = 100
ରାଉରକେଲା: ପାନପୋଷ ହକି ଛକରେ ଟ୍ରକ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନି। ରଘୁନାଥ ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି। ମୃତ ବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପଠାଇଛି। ଆଜି ଅପରାହ୍ନରେ ସାଇକେଲ ଆରୋହୀ ଜଣକ ପାନପୋଷ ମର୍ଣ୍ଣିଂ କଲୋନିରୁ ହକି ଛକ ଦେଇ ରାଉରକେଲା ଆଡକୁ ଆସୁଥିଲେ। ହକି ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲେ।
ଫଳରେ ଘଟଣାସ୍ଥଳରେ ହିଁ ସାଇକଲ ଆରୋହୀଙ୍କର ହିଁ ମୃତ୍ୟୁ ହୋଇଯାଇଥିଲା। ଆଜିର ଏହି ଗୋଟିଏ ଦୁର୍ଘଟଣା ନୁହେଁ ପାନପୋଷ ହକି ଛକରୁ ବାଲୁଘାଟ ମଧ୍ୟରେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବେପରୁଆ ଗାଡ଼ି ଚାଳକ ଓ ପେଟ୍ରୋଲିଂ ଅଭାବରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
Follow Us