ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକା ଶ୍ରମିକଙ୍କ ମୃତ୍ୟୁ

Advertisment
ଆର୍‌ଏସ୍‌ପି ସ୍ବୀକୃତି ନିର୍ବାଚନ: ଆର୍‌ଏସ୍‌ଏସ୍‌ ଜିତିଛି ୫ ଥର, ବିଏମ୍‌ଏସ୍‌ ୨ଥର

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ରାଉରକେଲାର ଦୀପକ ମିଞ୍ଜ (୪୦)। ସେ ବେଉରିଆ ଏଣ୍ଟରପ୍ରାଇଜେସ୍‌ ଅଧୀନରେ ସିଣ୍ଟର ପ୍ଲାଣ୍ଟ-୧ରେ କାମ କରୁଥିଲେ ।

ପ୍ରତିଦିନ ପରି ଆଜି ସେ ‘ବି’ ସିଫ୍‌ଟରେ ଡ୍ୟୁଟି ଯାଇଥିଲେ। ରାତି ପ୍ରାୟ ସାଢ଼େ ୭ଟାରେ ଦୀପକ ସିଣ୍ଟର ପ୍ଳାଣ୍ଟ-୧ର ବନ୍ଦଥିବା ବେଲ୍‌ଚାରେ କନ୍‌ଭେୟର ବେଲ୍‌ଟ ସଫା କରୁଥିଲେ। ହଠାତ୍‌ କେହି ଜଣେ ସୁଇଚ୍‌ ଅନ୍‌ କରିଦେବାରୁ କନ୍‌ଭେୟର ବେଲ୍‌ଟ ଭିତିରେ ପଶି ଚାପି ହୋଇଯାଇଥିଲେ। ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆର୍‌ଏସ୍‌ପି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଃଖଦ ଘଟଣା ପ୍ରଚାର ହେବା ପରେ ବିଭିନ୍ନ ଶ୍ରମିକ ସଙ୍ଗଠନର ନେତାମାନେ ଆଇଜିଏଚ୍‌ରେ ପହଞ୍ଚିଥିଲେ। ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ସମେତ ଅନ୍ୟାମନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଠିକାଦାରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। କାର୍ଯ୍ୟର ଅବହେଳା ପାଇଁ ଯେଉଁ ଅଧିକାରୀ ଦାୟୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe