ଭାରସାମ୍ୟ ହରାଇ ରାସ୍ତା କଡ ଡ୍ରେନରେ ପଡି ଯୁବକ ମୃତ

ଶ୍ୱଶୁରଘରକୁ ବାରମ୍ବାର ଆସିବାରୁ ଭିଣୋଇଙ୍କୁ ହତ୍ୟା କଲା ଶଳା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଝଗରପୁର ନିକଟରେ ଗୁରୁବାର ବିଜୁ ଏକ୍ସପ୍ରେସ ୱେର ଡ୍ରେନରେ ପଡି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ନଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ଅପରାହ୍ନ ୩ଟାରେ ଯୁବକ ଜଣକ ବାଇରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ ଡ୍ରେନରେ ପଡି ଯାଇଥିଲେ। ତେବେ ସେ ମଦ ନିଶାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe