କୋରାପୁଟ: ଜାତୀୟ ରାଜପଥରେ ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୪ ମୃତ, ୩ ଗୁରୁତର

Advertisment
କୋରାପୁଟ: ଜାତୀୟ ରାଜପଥରେ ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୪ ମୃତ, ୩ ଗୁରୁତର

ଜୟପୁର: ଅଟୋକୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ମଙ୍ଗଳବାର ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ଅନ୍ୟ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। କୋରପୁଟ ଜିଲ୍ଲାର ବୋରିଗୁମ୍ମା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ ଯାତ୍ରୀବାହୀ ବସ୍‌ ୨୬ ନମ୍ବର ଜାତୀୟ ରାଜପଥରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ୍‌ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ମଝିଆ ଛକରେ ଅଟୋକୁ ଧକ୍କା ଦେଇଥିଲା।

ସୂଚନା ଅନୁସାରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ (ଓଡି୩୨ ବି ୨୫୯୯)କୁ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଅଟୋ (ଓଡ଼ି୨୪ଡି ୪୫୪୬) ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ବସ୍‌ର ଆଗ ଚକାରେ ଅଟୋଟି ଲାଗି ଯାଇଥିଲା। ଫଳରେ ଅଟୋ ଚାପି ହୋଇଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ୪ ମୃତଦେହ ଜବତ କରିଥିବା ବେଳେ ୩ ଜଣ ଗୁରୁତରଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe