ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Advertisment
ରୋଲରକୁ ଧକ୍କା ଦେଲା ସ୍କର୍ପିଓ; ଜଣେ, ମୃତ ୫ ଗୁରୁତ

ପଦ୍ମପୁର: ପଦ୍ମପୁର ଥାନା ଅଧୀନସ୍ଥ ମହୁଲପାଲି ଛକଠାରେ ବାଇକ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କୁଚିପାଲି ଗ୍ରାମର କେନାଲୁ ଭୋଏ ବୋଲି ଜଣାଯାଇଛି। ସେ ପଦ୍ମପୁରରୁ ବାଇକ୍‌ରେ ନିଜ ଗାଁକୁ ଯାଉଥିଲେ। ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡର ଉପରକୁ ତାଙ୍କ ବାଇକ୍‌ ଚଢ଼ି ଯିବାରୁ ସେ କଚାଡି ହୋଇ ତଳେ ପଡିଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଉପଖଣ୍ତ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଥାନାଧିକାରୀ ରାଜେନ୍ଦ୍ର ସିଅଲ ପହଂଚି ଶବ ଜବତ କରିଥିଲେ। ମୃତକଙ୍କ ସଂପର୍କୀୟ ଆସିବା ପରେ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀ ସିଅଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe