ମୟୂରଭଂଜ: ଦ୍ୱାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା, ଟ୍ରକ ତଳେ ଚାପି ହୋଇଗଲେ ଚାଳକ

Advertisment
ମୟୂରଭଂଜ: ଦ୍ୱାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା, ଟ୍ରକ ତଳେ ଚାପି ହୋଇଗଲେ ଚାଳକ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ଵାରଶୁଣୀ ଘାଟୀରେ ମଙ୍ଗଳବାର ପୁଣି ଥରେ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ଘାଟୀରୁ ଓହ୍ଲାଉ ଥିବା ସମୟରେ ଭାରସାମ୍ୟ ହରାଇ ଘାଟୀର ଶେଷ ମୁଣ୍ଡରେ ୫୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଚାଳକ ତଳେ ଚାପିହୋଇ ମୃତ୍ୟୁ ହୋଇଥିବାର ସଂଦେହ କରାଯାଉଛି। ହେଲପରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।

ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ହେଲପରକୁ ଉଦ୍ଧାର କରି ଥିଲେ ମଧ୍ୟ ଡ୍ରାଇଭରକୁ ଉଦ୍ଧାର କରି ପାରି ନାହାଁନ୍ତି। ବାରମ୍ବାର  ଦୁର୍ଘଟଣା ଘଟୁଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନଥିବାରୁ ସାଧାରଣରେ ଅଶାନ୍ତି ଦେଖିବାକୁ ମିଳୁଛି। ଦୁର୍ଘଟଣା ପାଇଁ କିଛି ସମୟ ୪୯ ନମ୍ବର ଜାତୀୟ ରାଜପଥ ୪୯ ବନ୍ଦ ଥିଲା।

publive-image

ବିଶୋଇ ଥାନା ଅଂଚଳର କିଛି ଯୁବକ ଶନିବାର ରାତି ଏକ ସ୍କର୍ପିୟ ନଂ (ଓଡ଼ି ୧୧ଇ ୩୭୫୫)ରେ ବାରିପଦାରୁ ବାହୁଡ଼ାଯାତ୍ରା ଦେଖି ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଡବ୍ଲୁବି ୨୩ଓ ୭୫୩୬) ସହିତ ଧକ୍କା ହୋଇଥିଲା। ଦୃର୍ଘଟଣା ଘଟାଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ସ୍କର୍ପିୟରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଓ ଦୁଇ ଜଣ ଆହତ ହୋଇଥିଲେ। ବିଶୋଇ ଥାନା ଅନ୍ତର୍ଗତ ଅସନା ଗ୍ରାମର ରାଧାକାନ୍ତ ବିନ୍ଧାଣୀ (୨୮), ଫାଲଗୁନି ନାଏକ (୨୩), ତଳାପାତି ଗ୍ରାମର ରାଜା ବିନ୍ଧାଣୀ (୨୫) ଗୁରୁତର ଆହତ ହେବା ସହିତ ଅସନା ଗ୍ରାମର ଶଂକର ଗିରି ଓ ତଳାପାତି ଗ୍ରାମର ରାକେଶ ବିନ୍ଧାଣୀ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe