ବିବାହ ସାରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୬ ଆହତ, ବରକନ୍ୟା ଗୁରୁତର

ବିବାହ ସାରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୬ ଆହତ, ବରକନ୍ୟା ଗୁରୁତର

ସୋନପୁର: ସୋମବାର ସକାଳେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ବିବାହ ସାରି ଫେରୁଥିବା ଏକ ବରଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାମରୁ ବର ଓ କନ୍ୟାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ବରକନ୍ୟାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ମକାରୀ ଗାଁ’ରେ ସମ୍ବଲପୁର ଚନ୍ଦନ ନଗରର ସୋନୁ ପ୍ରଧାନଙ୍କ ବିବାହ ହୋଇଥିଲା। ସୋମବାର ଭୋରରୁ ବରଗାଡ଼ିରେ ବର ସୋନୁ ପ୍ରଧାନ, କନ୍ୟା ଅନିତା, ପୁରୋହିତ ଦେବେନ୍ଦ୍ର ମିଶ୍ର ଓ ଅନ୍ୟ ୩ ଜଣ ଫେରୁଥିଲେ।

publive-image

ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଆହତ ୬ ଜଣଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ତେବେ ସୋନୁ ଏବଂ ଅନିତାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଥିଲା। ପରେ ଉଭୟଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe