ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଗୌଡ଼ପାଲି ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥ ନଂ ୫୩ର ଗୌଡ଼ପାଲି କନକ ଦୁର୍ଗା ମନ୍ଦିର ଆଗରେ ବାଇକରୁ ପଡ଼ି ଚିନିମହୁଲ ଗାଁର ବିପ୍ର କିସାନଙ୍କ ମୃତ୍ୟୁ ଘଟିଛି।
ମଙ୍ଗଳବାର ଦିନ ଦେଢ଼ଟାରେ ବିପ୍ର ଏକ ବାଇକ (ଓଡି ୧୫ ୟୁ ୯୭୮୧)ରେ ଆସୁଥିବା ବେଳେ ରାସ୍ତା ଖରାପ ଯୋଗୁଁ ଭାରାସାମ୍ୟ ହରାଇ ବାଇକରୁ ପଡ଼ି ଯାଇଥିଲେ। ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଓ ଗୌଡ଼ପାଲି ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରାସ୍ତା ନିର୍ମାଣ ତ୍ରୁଟିପୂର୍ଣ୍ଣ ଥିବା ଓ ଶୀଘ୍ର ସରୁ ନଥିବାରୁ ଦୁର୍ଘଟଣା ହେଉଛି ବୋଲି ଅଭିଯୋଗ କରି ସ୍ଥାନୀୟ ସଚେତନ ନାଗରିକ ରାସ୍ତାରୋକ କରିଥିଲେ। ସେମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଜମନକିରା ଥାନା ଅଧିକାରୀ ଓ ଗୌଡ଼ପାଲି ଫାଣ୍ଡି ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe