ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ଜଣେ ମୃତ

Advertisment
ଗାଡ଼ି ଧକ୍କାରେ ମହିଳା ମୃତ

ଉତ୍କେଲା: ଭବାନୀପାଟଣା ସଦର ଥାନା କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମରେ ଏକ ଦୁର୍ଘଟଣା ଘଟିଛି। ବାଇକ୍ (ଓଆର୍‌ ୦୮ଇ-୨୯୩୫) ଉପରେ ଏକ ଟ୍ରକ୍‌ (ସିଜି ୦୪ଏନ୍‌ଟି-୫୫୭୨) ଚଢ଼ିଯିବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍ ଚାଳକଙ୍କ ମୁଣ୍ଡରେ ଟ୍ରକ୍‌ଟି ଚଢ଼ିଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରେ କର୍ଲାପଡ଼ା ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଅନ୍ୟପକ୍ଷରେ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଥିବା ଭବାନୀପାଟଣା ସଦର ଥାନା ଏସ୍‌ଆଇ ଟୁନା ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe