ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଗାଡ଼ି ଧକ୍କାରେ ମହିଳା ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ସୋଲପଟା ଗ୍ରାମର ସାଧୁ ଚରଣ ମଲିକଙ୍କ ପୁଅ ଆକାଶ(୪୨)ଙ୍କର ଏକ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟାରେ ସେ ବାଇକ୍‌ରେ ଯାଉଥିବା ବ‌େଳେ ସୋଲପଟା-ନାଉଡ଼ୁପୁର ରାସ୍ତାର ନଖିଆ ପୋଲ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ସେଠାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଆକାଶଙ୍କୁ ରାସ୍ତାରେ ଯାଉଥିବା ଲୋକମାନେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଙ୍ଖଚିଲା ଫାଣ୍ଡି ଏଏସ୍‌ଆଇ ଅମିୟ କୁମାର ବେହେରା ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe