ବାଇକ୍‌ ଦୁର୍ଘଟଣାରେ ଆହତ ନାବାଳକ ମୃତ

ଗାଡ଼ି ଧକ୍କାରେ ମହିଳା ମୃତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ଗାଁ ନିକଟ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ଗତ ୨୧ ତାରିଖ ଅପରାହ୍ଣରେ ଏକ ବାଇକ୍ ଦୁର୍ଘଟଣାରେ ୪ଜଣ ନାବାଳକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ଚହଟା(ମୁସ୍ତାଫା ନଗର) ଗ୍ରାମର ସେକ୍ କେଫାୟତଙ୍କ ପୁଅ ସେକ୍ କପିଲ୍(୧୫)ଙ୍କ କଟକର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ଘର ନିକଟରେ ମୃତଦେହକୁ କବର ଦିଆଯାଇଛି। ମୃତ କପିଲ୍ ଧର୍ମଶାଳା ବାଣୀପୀଠରେ ଦଶମ ଶ୍ରେଣୀରେ ପଢ଼ୁଥିଲେ।

ପ୍ରକାଶ ଯେ, ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ କପିଲଙ୍କ ସମେତ ଚହଟା ଗ୍ରାମର ଅକ୍ତର ଆଲାମ୍, ସେକ୍ ମୁନା ଓ ସେକ୍ ଜାକିର୍ ଏକ ଚଳନ୍ତା ବାଇକ୍‌ରେ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ବାଇକ୍‌ଟି ନଦୀବନ୍ଧରୁ ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା। ଏଥିରେ ସମସ୍ତ ନାବାଳକ ଆହତ ହୋଇଥିଲେ। ନିକଟରେ ଥିବା ଲୋକମାନେ ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ପଠାଇ ଦିଆଯାଇଥିଲା। ଅନ୍ୟ ଆହତମାନେ କଟକର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe