Sambad English
ବାରିପଦା: ନିଜ ବାଇକରେ ଅଫିସ ଯିବାବେଳେ ଧକ୍କା ଦେଲା ସ୍କୋର୍ପିଓ | ଆଉ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲା ବୁଢିଖମାରି ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଦାନ୍ତିଆମୁହାଁ ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ ମହାନ୍ତି ଯାଉଥିବାବେଳେ ଏକ ସ୍କୋର୍ପିଓ ତାଙ୍କୁ ଧକ୍କା ଦେଇଥିଲା |
/sambad/media/post_attachments/wp-content/uploads/2021/03/e2a0d3ca-4003-4208-9c2b-41e839b72c7d-225x300.jpg)
ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ତେବେ ଧକ୍କା ଦେଇଥିବା ଗାଡିଟି ଝାଡ଼ଖଣ୍ଡର ବୋଲି ଜଣାପଡିଛି |
Follow Us