ପାଣିକୋଇଲି: ପାଣିକୋଇଲି ବଜାରରେ ରହୁଥିବା ଜଣେ ଶିକ୍ଷକଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ବଳରାମ ଦାସଙ୍କ ପୁଅ ବିଜୟ କୁମାର ଦାସ (୫୩)। ପାଣିକୋଇଲି ଠାରେ ଭଡ଼ାଘରେ ରହୁଥିବା ବିଜୟ କେନ୍ଦୁଝର ଜିଲ୍ଲା ଖଲଣାସ୍ଥିତ ସେଣ୍ଟ୍ ଜାଭିୟର ସ୍କୁଲର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ।
ଆଜି ଏକ ଟିଭିଏସ୍ ବାଇକ୍ ଓଡି-୩୪ଆର-୬୪୬୦ରେ ଆନନ୍ଦପୁର ଯାଉଥିବା ସମୟରେ ହସନପୁର ଟୋଲଗେଟ୍ ଠାରୁ କିଛି ଦୂରରେ ଏକ ଟ୍ରକ୍ ଓଡି-୧୬ସି-୫୫୫୪ ତାଙ୍କ ବାଇକୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡ଼ିଯିବାରୁ ଟ୍ରକ୍ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Follow Us