ଯୌତୁକ ପାଇଁ ବିଷ ପିଆଇ ପତ୍ନୀ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ ନିର୍ଦ୍ଦୋଷ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଜୟପୁର: କୋର୍ଟରେ ପୁଲିସ ଦାଖଲ କରିପାରିଲାନି ଠିକ ସାକ୍ଷ୍ୟ ପ୍ରମାଣ। ଫଳରେ  ବହୁ ଚର୍ଚ୍ଚିତ ୨୦୧୫ମସିହାର  ପତ୍ନୀ ହତ୍ୟା ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତ ପତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦେଲେ ନିର୍ଦ୍ଦେଶ। ବହୁ ଚର୍ଚ୍ଚିତ   ଜୟପୁର ସଦରଥାନା ଅର୍ନ୍ତଗତ ମୁଖିଖୁଡିପି ଆମ୍ବକୋଟଗୁଡା ଗାଁରେ ଜୈନେକା ବିବାହିତା ମହିଳାଙ୍କୁ ଅଧିକା ଯୌତୁକ ପାଇଁ ଦାବି କରି ତାଙ୍କ ସ୍ବାମୀ ଅଭିଯୁକ୍ତ ଜଗନ୍ନାଥ ପରଜା  ବିଷ ପିଆଇ ଗାଁ ନିକଟସ୍ଥ ଜଙ୍ଗଲରେ ହତ୍ୟା କରି ପକାଇ ଦେବା ମାମଲାର ବିଚାର କରି  ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସହକାରୀ ସେସନସ୍ ଜଜ୍ ଇ.ବିଘ୍ନେଶ୍ବର ରାଓ। ଏହି ମାମଲାରେ ପୁଲିସ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦାଖଲ କରି ପାରି ନଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗତ ୨୦୧୫ମସିହାରେ ଟାଙ୍କୁଆ ପଂଚାୟତର ପଣସପୁଟ ବାଗ୍ରା ଗାଁର ମଦନ ପରଜାଙ୍କ ଭଉଣୀ ମଂଜେଇକୁ ଡଙ୍ଗରଚିଂଛି ପଂଚାୟତର ମୁଖିଖୁଡିପି ନିକଟସ୍ଥ ଆମ୍ବକୋଟଗୁଡା ଗାଁର ଜଗନ୍ନାଥଙ୍କ ସହ ପାରମ୍ପରିକ ବୈଦିକ ରିତୀନିତୀ ଅନୁଯାୟୀ ବିବାହ କରିଥିଲେ। ବରର ଦାବିମୁତାବକ ସାଇକେଲ , ଆଲମିରା ସହ ଘରର ବିଭିନ୍ନ ସାମଗ୍ରୀ ଦେଇଥିଲେ। ପରେ ଅଭିଯୁକ୍ତ ଜଗନ୍ନାଥ ସବୁ ବେଳେ ମଂଜେଇକୁ ଅଧିକା ‌ଯୌତୁକ ଆଣିବାକୁ ଦାବି କରି ମାରପିଟ୍ କରି ଆସୁଥିଲା।

ଜୁନ ୩୦ତାରିଖ ଦିନ ଅଚାନକ ଭାବେ ଅଭିଯୁକ୍ତ ମଂଜେଇଙ୍କ ପରିବାରବର୍ଗକୁ ଫୋନ କରି ମଂଜେଇ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ପରିବାରବର୍ଗ ଆମ୍ବକୋଟଗୁଡା ଗାଁ ନିକଟସ୍ଥ ପାହାଡ ତଳେ ମଂଜେଇର ମୃତ ଦେହ ପାଇଥିଲେ। ପାଟିରୁ ବିଷର ଫେଣ ବାହାରୁଥିଲା। ମଂଜେଇକୁ ଜଗନ୍ନାଥ ହିଁ ହତ୍ୟା କରି ଗାଁ ଶେଷ ମୁଣ୍ଡ ପାହାଡ ନିକଟରେ ପୋଫାଡି ଦେଇଥିବା ଜୟପୁର ସଦରଥାନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ମାମଲାର ବିଚାରଚାଳିଥିବା ସମୟରେ ୭ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉପଯୁକତ୍ ତଦନ୍ତ ହୋଇ ନଥିବାରୁ ସାକ୍ଷ୍ୟ ପ୍ରମାଣ ମିଳି ପାରି ନଥିବାରୁ ବିଚାରପତି ଉପରୋକ୍ତ ରାୟ ଶୁଣାଇଥିଲେ। ଅଭିଯୁକ୍ତ ଜଗନ୍ନାଥଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ରାୟ ଦେଇଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନାନାଜୀ ଆଚାରୀଓ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe