କେନଦ୍ରାପଡ଼ା: ଆଜି ଭୋର ଭୋରରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ପେସାଲ ସ୍କ୍ଵାଡ୍ ଜିଲ୍ଲାର ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ସେକ୍ ଲାଲା। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ୧୪ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି।
ମିଳିଥିବା ସୂଚନା ଅନୁଯ୍ରୀ, ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ସେକ୍ ଲାଲା ତାର ଜଣେ ସହଯୋଗୀଙ୍କ ସହିତ କେନ୍ଦ୍ରାପଡ଼ାର ପାରାଦୀପ- ଚଣ୍ଡିଖୋଲ ରାସ୍ତାର ଅଁଳାବାଙ୍କ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କ୍ଵାଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେକ୍ ଲାଲା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସେକ ଲାଲାର ଡାହାଣ ଗୋଡ଼ରେ ବାଜିବାରୁ ସେ ସେହିଠାରେ ପଡ଼ି ଯାଇଥିଲା ଓ ସ୍ପେସାଲ ସ୍କ୍ଵାଡ ତାଙ୍କୁ କାବୁ କରି ନେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଶ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us