ବ୍ୟାସନଗର: ସୁକିନ୍ଦା-ଯଖପୁରା ରେଳ ଧାରଣାରୁ ଲୁହା ଚୋରି କରୁଥିବା ଜଣେ ବ୍ୟକ୍ତିକୁ ଆଜି ଯାଜପୁରରୋଡ ଆରପିଏଫ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ନୂଆପଡ଼ା ଥାନା ଅନ୍ତର୍ଗତ ବୋଡ଼ୋସା ଗ୍ରାମର ଶରତ ମାଝୀ। ଆରପିଏଫ୍ ପୁଲିସ ପକ୍ଷରୁ ଆଜି ରେଳ ଧାରଣା ଯାଞ୍ଚ ଚାଲିଥିବା ବେଳେ ଧାରଣା କଡ଼ରୁ ଲୁହା ଚୋରି କରୁଥିବା ଅଭିଯୁକ୍ତ ଶରତକୁ ଗିରଫ କରାଯାଇଥିଲା। କନେଷ୍ଟବଳ କମଳାକାନ୍ତ ରାଉତ ଓ ବିଶ୍ୱଜିତ ବିଶ୍ଵାଳ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତର କରୋନା ପରୀକ୍ଷା କରାଇଥିଲେ। ମାମଲା ନମ୍ବର ୫୮/୨୧ ଦଫା ୧୭୪ (ସି) ରେଲୱେ ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଆରପିଏଫ୍ ଅଧିକାରୀ ରମାକାନ୍ତ ବାରିକ ସୂଚନା ଦେଇଛନ୍ତି।
ରେଳ ଧାରଣାରୁ ଲୁହାଚୋରି, ଅଭିଯୁକ୍ତ ଜେଲ୍ ଗଲା
Advertisment
Follow Us