ଅପରାଧୀକୁ ଧରିବା ଦାବିରେ ଥାନା ଘେରାଉ; ବିଧବା ପତ୍ନୀ କିରୋସିନ ଧରି ଆତ୍ମାହୁତି ଧମକ ଦେଲେ

Advertisment
ଅପରାଧୀକୁ ଧରିବା ଦାବିରେ ଥାନା ଘେରାଉ; ବିଧବା ପତ୍ନୀ କିରୋସିନ ଧରି ଆତ୍ମାହୁତି  ଧମକ ଦେଲେ

ହାଟଡ଼ିହି; କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗାଁରେ ଗତମାସ ୨୦ ତାରିଖରେ କୁକୁଡ଼ା ମୃତ୍ୟୁକୁ ନେଇ ନ୍ୟାୟ ନିଶାପ ବସିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨୧ ତାରିଖରେ ସେମାନଙ୍କୁ ଧରିବା ପାଇଁ ଆନନ୍ଦଙ୍କ ମୃତଦେହକୁ ରଖି ଗ୍ରାମବାସୀମାନେ ଗାଁ ରାସ୍ତା ଅବରୋଧ କରିଥିଲେ । ଆନନ୍ଦପୁର ଏସଡିପିଓ  ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ। ଘଟଣାର ୧୫ ଦିନ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଦୋଷୀଙ୍କୁ ଧରା ନଯିବାରୁ ଆଜି ମୃତକଙ୍କ ବିଧବା ପତ୍ନୀଙ୍କ ସମେତ ଗ୍ରାମବାସୀ ନନ୍ଦିପଦା ଥାନା ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।

ମୃତକଙ୍କ ବିଧବା ପତ୍ନୀ ମଞ୍ଜୁଲତା  କିରୋସିନ ଜାର  ଧରି  ଆତ୍ମାହୁତି  ଧମକ ମଧ୍ୟ ଦେଉଛନ୍ତି। ଅନ୍ୟପକ୍ଷରେ ନନ୍ଦିପଦା ପୁଲିସ ସମେତ ଆନନ୍ଦପୁର ଏସଡିପିଓ ଘଟଣା ଉପରେ ନଜର ରଖିଥିବା ବେଳେ ସମାଧାନ ପାଇଁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe