ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନିର୍ଦୋଷରେ ଖଲାସ୍

ନାବାଳକ ନାତିକୁ ଯୌନ ଅସଦାଚରଣ କରିଥିବା ଅପରାଧୀକୁ ୭୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ ଅଦାଲତ

Image Courtesy: The Indian Express

ରାୟଗଡ଼ା: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି। ରାୟରେ ଅଭିଯୁକ୍ତ କ୍ରିଷ୍ଣା ମାଣ୍ଡାଙ୍ଗିଙ୍କୁ କୋର୍ଟ ନିର୍ଦୋଷରେ ଖଲାସ୍ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ରୁପୁଣି ଗ୍ରାମର ନାବାଳିକା ଛାତ୍ରୀ ପାଲୁପାଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। କରୋନା ଯୋଗୁ ସ୍କୁଲ୍ ବନ୍ଦ ହେବା ପରେ ଛାତ୍ରୀ ଜଣଙ୍କ ଘରକୁ ଫେରି ଆସିଥିଲେ। ଏହାର ସୁଯୋଗ ନେଇ କ୍ରିଷ୍ଣା ମାଣ୍ଡାଙ୍ଗି ଛାତ୍ରୀଙ୍କୁ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିଲେ। ଛାତ୍ରୀଙ୍କ ବାପା ଏ ନେଇ ୨୦୨୧ ମାର୍ଚ୍ଚ ୩ ତାରିଖରେ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିବା ସହ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଚାର୍ଜସିଟ୍ ଦାଖଲ ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାମଲାର ଶୁଣାଣି କରୁଥିବା ବେଳେ ଆବଶ୍ୟକ ପ୍ରମାଣ ଅଭିଯୋଗକାରୀଙ୍କ ପକ୍ଷରୁ କୋର୍ଟରେ ଉପସ୍ଥାପିତ ହୋଇପାରିନଥିଲା। ଫଳରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍  ଶ୍ରୀ ପତି ଅଭିଯୁକ୍ତ କ୍ରିଷ୍ଣା ମାଣ୍ଡାଙ୍ଗିଙ୍କୁ ଆଜି ନିର୍ଦୋଷରେ ଖଲାସ୍ କରିଛନ୍ତି। ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ ଓ ସରକାରଙ୍କ ତରଫରୁ ଆଇନଜୀବୀ ବିରଜା ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe