ଦୁଷ୍କର୍ମ ମାମଲାର ରାୟ ପ୍ରକାଶ: ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା

Advertisment
ଦୁଷ୍କର୍ମ ମାମଲାର ରାୟ ପ୍ରକାଶ: ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା

Ada Derana

ଭଦ୍ରକ: ଆଜି ଭଦ୍ରକର ସହକାରୀ ଦୌରାଜଜ ତଥା ସିଭିଲ କୋର୍ଟ ରେଜିଷ୍ଟାର ଅବକାସ ଚୌଧୁରୀ ଅଭିଯୁକ୍ତ ବାସୁଦେବପୁର ସିଂଗଡା ଗ୍ରାମର ଇମ୍ରାନ ଖାଁ ଓରଫ ଫେଦାକୁ ଦଫା ୩୭୬ରେ ଦୋଷୀ ସାବ୍ୟସ୍ଥ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ସୂଚନାଯୋଗ୍ୟ, ସିମୁଳିଆ ଥାନା ରଘୁନାଥପୁର ଗ୍ରାମର ଜନୈକା ମହିଳା ସପରିବାର ଘରେ ରହୁଥିବା ବେଳେ ସ୍ବାମୀ ଜୀବିକା ନିର୍ବାହ କରିବାକୁ ବାହାରକୁ ଯାଇଥିଲେ। ଏହା ସୁଯୋଗ ନେଇ ୨୦୧୬ ମସିହାରେ ସେହି ଗ୍ରାମର ଇମ୍ରାନ ଖାଁ ଓରଫ ଫିଦା ତାଙ୍କୁ ଛୁରୀ ଦେଖାଇ ଜବରଦସ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା।

ସ୍ତ୍ରୀ ଇମ୍ରାନ ଖାଁ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ସ୍ବାମୀ  ପୀଡିତାଙ୍କୁ ତାଙ୍କ ବାପଘର ବାସୁଦେବପୁର ଥାନା ସିଂଗଡା ଗାଁକୁ ପଠାଇ ଦେଇଥିଲେ। ତା’ ପରଦିନ ଅଭିଯୁକ୍ତ ସେଠାରେ ପହଞ୍ଚି ପୀଡିତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ପୀଡିତା ନିଜେ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଥାନା କେସ ନଂ-୧୮୬/୧୬ ଦଫା ୩୭୬,୫୦୬ରେ ମାମଲା ରୁଜୁ ହୋଇଥିଲା। ଯାହାକି କୋର୍ଟରେ ଏସଟି ନଂ-୧୯୬/୨୮ /୧୬ ହୋଇ ବିଚାରାଧୀନ ଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ କରି କୋର୍ଟ ୩୭୬/୫୦୬ ଦଫାରେ ଇମ୍ରାନ ଖାଁକୁ ଦୋଷୀ ସାବ୍ୟସ୍ତ କରି ଥିଲେ। ପୀଡିତାଙ୍କ ତରଫରୁ ସରକାରୀ ଓକିଲ ଜିତେନ୍ଦ୍ର କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe