International Adviser
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାମଳ ଗ୍ରାମର ସରୋଜ ଭୁକ୍ତା (୩୨)ଙ୍କ ସ୍ତ୍ରୀ ପ୍ରୀତି ମୁଖୀ (୨୩)ଙ୍କ ଶନିବାର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପ୍ରୀତିଙ୍କ ସ୍ବାମୀ ସରୋଜଙ୍କୁ ଗିରଫ କରିଛି। ଶନିବାର ପ୍ରୀତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପ୍ରୀତିଙ୍କ ମା’ ବୀରମହାରାଜପୁର ଥାନାରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ସ୍ବାମୀ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାର ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ପକ୍ଷରେ ରବିବାର ଶବ ବ୍ୟବଚ୍ଛେଦ ପରେ ଝିଅ ଘର ଲୋକେ ଶବ ନେଇ ସତ୍କାର କରିଥିଲେ।
Follow Us