ବିଚାରାଧୀନ କଏଦୀଙ୍କ ଉନ୍ମତ୍ତ କାଣ୍ଡ; ସ୍ପିରିଟ ପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ

ବିଚାରାଧୀନ କଏଦୀଙ୍କ ଉନ୍ମତ୍ତ କାଣ୍ଡ; ସ୍ପିରିଟ ପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ

ଜୟପୁର: ବୁଧବାର ଜୟପୁରରେ ବିଚାରାଧୀନ କଏଦୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଫାଷ୍ଟଏଡ଼ ପାଇଁ ରଖଯାଇଥିବା ସ୍ପିରିଟ ପାନ କରି ବିଚାରଧୀନ କଏଦୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର କଏଦୀଙ୍କ ନାମ ପ୍ରଶାନ୍ତ ସେଇକା( ୨୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଶାନ୍ତ ସେଇକା ୨୦୧୪ ନଭେମ୍ବରରୁ ନିଜ ସ୍ତ୍ରୀକୁ ପୋଡ଼ି ଜଳିଦେବା ଘଟଣାରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଛନ୍ତି। ତେବେ ଆଜି ସକାଳୁ ସେ ଫାଷ୍ଟଏଡ଼ ପାଇଁ ରଖଯାଇଥିବା ସ୍ପିରିଟ ପିଇ ଦେଇ ଥିଲେ। ସ୍ପିରିଟ ପିଇବା ପରେ ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ଏନେଇ ଜେଲର ଲଲଟେନ୍ଦୁ ଭୂଷଣ ଦାଶ କହିଛନ୍ତି ଯେ ସେ କିଛିଦିନ ହେଲା ମାନସିକ ଭାବେ ଚାପରେ ରହିଥିଲେ। ଆଜି ସକାଳୁ ସେ ଫାଷ୍ଟଏଡ଼ ସ୍ପିରିଟ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏବେ ତାଙ୍କ ଅବସ୍ଥା ଠିକ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe