କାଗଜରେ ନିଆଁ ଲଗାଇବା ବେଳେ ଅଘଟଣ; ଜଳିଗଲେ ଯୁବ ଏସିଏଫ୍‌

କାଗଜରେ ନିଆଁ ଲଗାଇବା ବେଳେ ଅଘଟଣ; ଜଳିଗଲେ ଯୁବ ଏସିଏଫ୍‌

ପାରଳାଖେମୁଣ୍ତି : ଅସାବଧାନତାରୁ ଅଗ୍ନିସ୍ନାନ ଭଳି ଅଘଟଣ ଘଟିଛି। ଅଲୋଡ଼ା କାଗଜପତ୍ର ନଷ୍ଟ କରିବାକୁ ନିଜେ ନିଆଁ ଲଗାଇଲେ, ସେହି ନିଆଁରେ ଜଳିଗଲେ ଯୁବ ସହକାରୀ ବନ ସ˚ରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ପାରଳାଖେମୁଣ୍ତି ବନଖଣ୍ତ ବିଭାଗରେ ସହକାରୀ ବନ ସ˚ରକ୍ଷକ ଭାବେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନଙ୍କ ଗତକାଲି ବିଳମ୍ବିତ ରାତିରେ କଟକ ଏସ୍‌ସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥା‌ରେ ମୃତ୍ୟୁ ଘଟିଛି।

ଗତକାଲି ରାତିରେ ବନ କାର୍ଯ୍ୟାଳୟ ମଧ୍ୟରେ ଥିବା ତାଙ୍କର ସରକାରୀ ବଙ୍ଗଳାରେ କିଛି ଅଦରକାରୀ କାଗଜପତ୍ର ଏକାଠି କରି ନିଆଁ ଲଗାଉଥିବା ‌ବେ‌‌ଳେ ପାଖରେ ଥିବା କିରାସିନିରେ ନିଆଁ ଧରିଥିଲା। ଏଥିରେ ସେ ହୁତ୍‌ ହୁତ୍‌ ଜଳି ଯାଇଥିଲେ। ନିକଟରେ ଥିବା ପତ୍ନୀଙ୍କ ଚିତ୍କାର ଶୁଣି ବିଭାଗୀୟ କର୍ମଚାରୀ ପହଞ୍ଚି ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଖବର ପାଇ ପାରଳା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଥିବା ବୟାନରେ କିଛି କାଗଜପତ୍ରରେ ନିଆଁ ଲଗାଉଥିବା ବେଳେ କିରାସିନି ସ˚ସ୍ପର୍ଶରେ ଆସି ଏପରି ଘଟିଥିବା ସୌମ୍ୟରଞ୍ଜନ ବୟାନ ଦେଇଥିଲେ। ଏହି ଦୁର୍ଘଟଣା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଥିବା ନେଇ ପାରଳା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସୌମ୍ୟରଞ୍ଜନ ଏଠାରେ ଏସିଏଫ୍‌ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଗତ ଡିସେମ୍ବର ମାସରେ ତାଙ୍କର ବାହାଘର ହୋଇଥିଲା। ଏପରି ଏକ ଦୁର୍ଘଟଣାରେ ଜଣେ ଯୁବ ଅଧିକାରୀଙ୍କ ଅକାଳ ମୃତ୍ୟୁ ଯୋଗୁଁ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe