ସାଙ୍କେତିକ ଫଟୋ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦରମା ମାଗିବାରୁ ଇଟାଭାଟି ମାଲିକ ଜଣେ ଦାଦନ ଶ୍ରମିକଙ୍କ ଉପରକୁ ଏସିଡ୍ ମାଡ କରିଥିଲେ। ଏଥିସହିତ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ହେମଗିରିର ୧୨ଜଣ ଶ୍ରମିକ ବିଜୟନଗରମ୍ ଇଟାଭାଟିରେ କାମ କରୁଥିଲେ। ଶ୍ରମିକମାନେ ନିଜ ପାରିଶ୍ରମିକ ମାଗିଲେ ମାଲିକ ଦରମା ତ ଦିଅନ୍ତି ନାହିଁ, ଓଲଟି ମାରପିଟ କରିବା ଆରମ୍ଭ କରି ଦେଇଥାଆନ୍ତି। ତେବେ ନିକଟରେ ଇଟାଭାଟିର ମାଲିକକୁ ଜଣେ ଦାଦନ ଶ୍ରମିକ ନିଜ ପାରିଶ୍ରମିକ ମାଗିଥିଲେ। ମାଲିକ ଶ୍ରମିକଙ୍କ ପାରିଶ୍ରମିକ ଦେବା ବଦଳରେ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ। କେବଳ ଏତିକି ନୁହେଁ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ କୌଶଳ କ୍ରମେ ୫ଜଣ ଖସି ଆସିଥିବା ବେଳେ ଅନ୍ୟ ଦୁଇ ବନ୍ଧକ ଥିବା ସୂଚନା ମିଳିଛି। ଏସିଡ୍ ମାଡର ଶିକାର ହୋଇଥିବା ଶ୍ରମିକକୁ ଧରି ଅନ୍ୟ ୪ଜଣ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଗୁରୁତର ଅବସ୍ଥାରେ ଏସିଡ୍ ମାଡ ଶିକାର ହୋଇଥିବା ଶ୍ରମିକକୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Follow Us