ଥାନା ଅଧିକାରୀ ବଟି ମାଗିବା ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ: ଆଇଆଇସି ଦାୟିତ୍ବରୁ ଅବ୍ୟାହତି ଦେଲା କମିଶନରେଟ ପୁଲିସ

ଥାନା ଅଧିକାରୀ ବଟି ମାଗିବା ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ: ଆଇଆଇସି ଦାୟିତ୍ବରୁ ଅବ୍ୟାହତି ଦେଲା କମିଶନରେଟ ପୁଲିସ

କଟକ: କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଘଟଣା ଭିଡିଓ ଭାଇରାଲ ହେବା ପରେ ଥାନା ଅଧିକାରୀଙ୍କ ବିରୋଧରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି | ତାଙ୍କୁ ଆଇଆଇସି ଦାୟିତ୍ୱରୁ ଅବ୍ୟାହତି ଦେଇ ଥାନାରୁ ହଟାଇ ଡିସିପି ଅଫିସକୁ ବଦଳି କରାଯାଇଛି | ମିଳିଥିବା ସୂଚନା ମୁତାବକ କଟକର ଐତିହାସିକ ବାଲିଯାତ୍ରାରେ କ୍ୟାଣ୍ଟନମେଣ୍ଟ ଆଇଆଇସି ଚାନ୍ଦା ଆଦାୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା | ଆଉ ଏହି ଭିଡିଓ ବାବଦରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଥିଲେ ।

ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଆଇଆଇସି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମିଛ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଉଥିଲେ। ଆଉ ଏହା ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଅଧିକାରୀଙ୍କ ବିରୋଧରେ ବିଷୋଦଗାର କରିଥିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଆୟ ବ୍ୟୟର ହିସାବ ମାଗିବା ସହ ବାଲିଯାତ୍ରାରେ ପୁଲିସ ଚାନ୍ଦା ଆଦାୟ କରିଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ | ପାର୍କିଂ ପ୍ଲେସ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ୫୦ ହଜାର ଟଙ୍କା ଦାବି କରି ୪୦ ହଜାର ଟଙ୍କା ଚାନ୍ଦା ନେଇଥିବାର ବିଜେପି ସଂଗୀନ ଅଭିଯୋଗ କରିଥିଲା |

ବିଜେପି ଏହି ଘଟଣାରେ ଆଇଆଇଆସି ଦିନକୃଷ୍ଣ ମିଶ୍ର ଓ ସଵଇନିସ୍ପେକ୍ଟର ମୋତିଲାଲ ମାରାଣ୍ଡିଙ୍କୁ ବହିଷ୍କାର ଦାବି କରିଥିଲା। ଏହା ସହିତ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ ଡିଜିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe