ସ୍କୁଲ ବାହାରେ ବୁଲିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର କଠୋର ନିଷ୍ପତ୍ତି

ସ୍କୁଲ ବାହାରେ ବୁଲିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Helpmecovid

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି। ଏଣିକି ସ୍କୁଲ ଛାଡ଼ି ବୁଲୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପର ନଜର ରଖାଯିବ ବୋଲି ସୂଚନା ଦେଇଛି। ଏଥିସହ ଜିଲ୍ଲାର କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷା ବିଭାଗର ବିନା ଅନୁମତିରେ ଡିଇଓ ତଥା ବିଇଓ ଅଫିସ୍‌କୁ ଆସିପାରିବେ ନାହିଁ। ସ୍କୁଲ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ବାହାରେ ବୁଲିଲେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ୫ଟି ବିଇଓ ଅଫିସ୍‌କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଯାହା ଫଳରେ ବର୍ତ୍ତମାନ ଶିକ୍ଷକଙ୍କ ମଧ୍ୟରେ ଛନ୍‌କା ପଶିଛି।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମନଇଚ୍ଛା ସ୍କୁଲ ଯାଉଥିବା ଅଭିଯୋଗ ହେଉଥିଲା। ଫଳରେ ଛାତ୍ରଛାତ୍ରୀ ପାଠ ନପଢ଼ି ବାହାରେ ବୁଲାବୁଲି କରୁଥିଲେ। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲକୁ ଶିକ୍ଷକ ଠିକ୍ ଭାବେ ଯାଉନଥିବା ବେଳେ କିଛି ସ୍ଥାନରେ ସପ୍ତାହକୁ ଗୋଟିଏ କି ଦୁଇ ଦିନ ଯାଇ ବାକି ସମୟ ବୁଲୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ସ୍କୁଲ ଛାଡ଼ି ବାହାରେ ବୁଲିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ରୋକ୍‌ଠୋକ୍ ଶୁଣାଇ ଦେଇଛି। ଏନେଇ ଜିଲ୍ଲା ଶିକ୍ଷା ବିଭାଗ ଚିଠି ନଂ ୧୬୨୩ ତାରିଖ  ୭ ଜୁଲାଇ ୨୦୨୩ରେ ଜିଲ୍ଲାର ୫ଟି ବିଇଓଙ୍କୁ ଚିଠି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe