ସୋନୁ ସୁଦଙ୍କୁ ପଞ୍ଜାବର ‘ରାଜ୍ୟ ଆଇକନ୍’ ଭାବେ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

Advertisment
ସୋନୁ ସୁଦଙ୍କୁ ପଞ୍ଜାବର ‘ରାଜ୍ୟ ଆଇକନ୍’ ଭାବେ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

ଚଣ୍ଡିଗଡ଼: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବର ‘ରାଜ୍ୟ ଆଇକନ୍’ ଭାବେ ନିଯୁକ୍ତ କରିଥିବା ନେଇ ଏକ ଅଧିକାରିକ ବୟାନରେ ସୂଚନା ଦିଆଯାଇଛି। ଏହା ଫଳରେ ସୋନୁ ଭୋଟରମାନଙ୍କୁ ମତଦାନ ନେଇ ସଚେତନ କରିବେ।

ଜାରି ହୋଇଥିବା ଏହି ଅଧିକାରିକ ବୟାନରେ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତୀୟ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ, ଯାହାକୁ  ନିର୍ବାଚନ ଆୟୋଗ ମଞ୍ଜୁରି ଦେଇଥିଲେ। ଏହି ମଞ୍ଜୁରି ପରେ ସୋନୁ ରାଜ୍ୟରେ ନିର୍ବାଚନ ସମ୍ବନ୍ଧିତ ଅଭିଯାନ ଚଳାଇବେ। ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ଥିବା ସୋନୁ ସୁଦ ହିନ୍ଦୀ, ତାମିଲ ଓ ପଞ୍ଜାବୀ ସମେତ ଅନେକ ଭାରତୀୟ ଭାଷାରେ ହୋଇଥିବା ସିନେମାରେ ଅଭିନୟ ମଧ୍ୟ କରି ସାରିଛନ୍ତି। ଅଭିନେତା ସୋନୁ ସୁନ୍ଦ ବିହାର ବିଧାନସଭା ନିର୍ବାଚନ ସମୟରେ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ସେ ସମସ୍ତଙ୍କୁ ଚିନ୍ତା କରି ଭୋଟ ଦେବାକୁ ଅନୁରୋଧ କରିଥିଲେ।

Election Commission makes actor Sonu Sood Punjab icon - The Economic Times

ସୋନୁ ସୁଦଙ୍କୁ ପୂରା ଦେଶ ସେତେବେଳେ ଜାଣି ଯାଇଥିଲା ଯେତେବେଳେ ସେ କୋଭିଡ-୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ସୋନୁ ସୁଦ ବାରଣାସୀର ନାବିକ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରି ଅସହାୟ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ।

ଲକଡାଉନରେ କରିଥିବା କାମକୁ ନେଇ ସୋନୁ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକର ନାମ ‘ଆଇ ଆମ୍ ନୋ ମେସିହା’ ରହିଛି। ଏହି ପୁସ୍ତକ ଡିସେମ୍ବର ମାସରେ ଲଞ୍ଚ ହେବ। ସୋନୁ ସୁଦ ଏବେ ସିନେମା ‘ପୃଥ୍ବୀରାଜ’ର ସୁଟିଂ ବ୍ୟସ୍ତ ଅଛନ୍ତି। ଏହି ସିନେମାରେ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ମୁଖ୍ୟ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe